ଜଗତସିଂହପୁର , 13/08/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ଅଞ୍ଚଳରେ ତ୍ରିରଙ୍ଗା ଶୋଭାଯାତ୍ରା

ଜଗତସିଂହପୁର, ୧୩/୮/୨୦୨୫ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜୋନ୧ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି,ବିଜେପି ଯୁବନେତା ସୁବୋଧ ବାରିକ ଓ ଅଶୋକ କୁମାର ମହାରଣାଙ୍କ ନେତୃତ୍ୱରେ ତରିକୁନ୍ଦରୁ ବାହାରି ରଘୁନାଥପୁର ବଜାର ପରିକ୍ରମା କରି ଏଇ ଶୋଭାଯାତ୍ରା ଜଇପୁର ଛକରେ ପଂହଁଚିଥିଲା, ପରେ ରଘୁନାଥପୁର ବିଜେପି କାର୍ଯ୍ୟାଳୟ ପାଖରେ ଆଜିର କାର୍ଯ୍ୟକ୍ରମ ଶେଷ ହୋଇଥିଲା, ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲେ, ତ୍ରିରଙ୍ଗା ଶୋଭାଯାତ୍ରାରେଗଗନ ଚରଣ ଦାଶ, ନିର୍ମଳ ମହାପାତ୍ର, ସୁକାନ୍ତ କୁମାର ସ୍ୱାଇଁ,, ଆଶିଷ ସାମଲ, ଶୁଭେନ୍ଦୁ ଦାସ, ସୁକାନ୍ତ ରାଉତ, ସଂଗ୍ରାମ ଭୋଇ, ଦିପ୍ତି ରଞ୍ଜନ ସାହୁ, ବାବୁଲା ଭୋଳ, ବାପି ସିଂ, ସୁଭାଷ ମହାରଣା, ନବକିଶୋର ମଲ୍ଲିକ, ଗଣେଶ୍ୱର ସାହୁ, ପବିତ୍ର ପାଣୀ, ଲକ୍ଷ୍ମୀଧର ନାୟକ, ଜ୍ଞାନ ରଞ୍ଜନ ସ୍ୱାଇଁ, ବିବେକାନନ୍ଦ ପଟନାୟକ, ଅରୁଣ ସ୍ୱାଇଁ, ଅକ୍ଷୟ କୁମାର ରାଉତ, ବିନୋଦ ବିହାରୀ ପଟନାୟକ, ସୋମ୍ୟରଞ୍ଜନ ଭୂୟାଁ, ସଞ୍ଜୟ ସ୍ୱାଇଁ, ମନୋଜ ନାୟକ, ଉଲ୍ଲାସ ରାଉତ, ବିନୋଦ ଦାସଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତର ସଭାପତି ସାମିଲ ହୋଇ ଦେଶାତ୍ମବୋଧ ସଂଗୀତ ବଜାଇ ବାଇକରେ ଶୋଭାଯାତ୍ରା କରିଥିଲେ।