Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ଦାଇଁଲ ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା 1

ଜଗତସିଂହପୁର , 14/08/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ଦାଇଁଲ ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା
Article Image
ଜଗତସିଂହପୁର,୧୩/୮/୨୦୨୫
Article Image
ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଦାଇଁଲ ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ମଧ୍ୟ ହୋଇଅଛି,ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଅତିଥିଭାବେ ବିଜେପିର ଯୁବନେତା ତଥା ପ୍ରଭାରୀ ଡ଼ଃ ପ୍ରକାଶ କୁମାର ଦଳାଇ ଯୋଗଦେଇଥିଲେ, ବୁଧବାର ମଧ୍ୟାହ୍ନରେ ବଡ଼ଜୀଙ୍ଗଲ ପାର୍କ ପାଖରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଦାଇଁଲୋ,କନୀମୂଳ, ବିଷନପୁର,କୃଷ୍ଣାନନ୍ଦପୁର ପଞ୍ଚାୟତ ପରିକ୍ରମା କରି ଶୋଭାଯାତ୍ରା ଗୋପାଳପୁର ଶଙ୍ଖେସ୍ୱର ପଞ୍ଚାୟତ ଦେଇ ପାର୍କ ପାଖରେ ତ୍ରିରଙ୍ଗା ଶୋଭାଯାତ୍ରା ପଂହଁଞ୍ଚି କାର୍ଯ୍ୟକ୍ରମ ଶେଷ ହୋଇଥିଲା, ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ବରିଷ୍ଠନେତା ବିଜୟ କୁମାର ଦାଶ, ପ୍ରଶାନ୍ତ କୁମାର ପଣ୍ଡା,ଦିପକ କୁମାର ସାହୁ, ରମେଶ କୁମାର ପୃଷ୍ଟି, ମନୋରଞ୍ଜନ ଦାଶ,ଭାଗବତ ସାହୁ, ସୁଶାନ୍ତ କୁମାର ସୁତାର,ରଶ୍ମି କାନ୍ତ ମଲ୍ଲିକ, ରଞ୍ଜନ କୁମାର ଜେନା,ଦିଲ୍ଲୀପ ମହାନ୍ତି, କାହ୍ନୁ ଚରଣ ମଲ୍ଲିକ, ରୁଦ୍ରପ୍ରତାପ ମହାପାତ୍ର, ଅନନ୍ତ ସୁତାର, ଜୟଦେବ ସେଠି,ରବୀନ୍ଦ୍ର ସାହୁଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ସାମିଲ ହୋଇ ଦେଶାତ୍ମବୋଧ ସଂଗୀତ ବଜାଇ ବାଇକ ପଟୁଆରରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।