Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମହିଳା ଓ ଶିଶୁ ବିକାଶ ବିଭାଗ କାକଟପୁର ତରଫରୁ ରଜ ଉତ୍ସବ ପାଳିତ l 5

କାକଟପୁର, 17/06/2025, ବିକ୍ରମ ଓଡ଼ିଶା ନିୟୁଜ: ମହିଳା ଓ ଶିଶୁ ବିକାଶ ବିଭାଗ କାକଟପୁର ତରଫରୁ ରଜ ଉତ୍ସବ ପାଳିତ lକାକଟପୁର ୧୭/୬ :- ( ତୁଷାର ଦୀକ୍ଷିତ ) ରଜଉତ୍ସବ ପୁର ଠାରୁ ପଲ୍ଲୀ ସବୁଆଡେ ଏକ ଗଣପର୍ବ ଭାବେ ମହାଉଲ୍ଲାସ ରେ ପାଳିତ ହୋଇଯାଇଥିବା ବେଳେ ସେଥିରେ ସାମିଲ ହୋଇଛନ୍ତି କାକଟପୁର ମହିଳା ଓ ଶିଶୁ ବିକାଶ ବିଭାଗ କାକଟପୁର ର ସମସ୍ତ କର୍ମୀ, କର୍ମଚାରୀ, କିଶୋରୀ ବାଳିକା, ବାଳକ ଓ ଅନ୍ୟମାନେ l ଉଦେଶ୍ୟ କିଶୋରୀ ବାଳିକା ବାଳକ ମାନଙ୍କ ପରିଚୟ ସୃଷ୍ଟି କରିବା ଓ ସେମାନଙ୍କୁ ସଶକ୍ତିକରଣ କରାଇବା l ଏହି ମହାନ ଉଦେଶ୍ୟ ନେଇ ରଜ ଉତ୍ସବ ଉପଲକ୍ଷେ କିଶୋରୀ ବାଳିକା ଓ ବାଳକ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ନିକଟସ୍ଥ ଖୁଣ୍ଟିଆ କନଭେନସନ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୬ ଟି ପଂଚାୟତ ର ଅଙ୍ଗନବାଡି କର୍ମୀ, କିଶୋରୀ ବାଳିକା, ବାଳକ ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ପ୍ରାୟତଃ ପୁଚି, ନାଚ, ଗୀତ, ଡ୍ରଇଁ, ରଜ ସୁନ୍ଦରୀ ଆଦି କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ତରଫରୁ ବିଭିନ୍ନ ରଜ ପିଠା, ଯଥା ପୋଡ଼ ପିଠା, ଆରିସା, ଏଣ୍ଡୁରି, ମଣ୍ଡା ପିଠା ସହିତ ସୁବାସିତ ରଜ ପାନ ର ଷ୍ଟଲ ମାନ ବସିଥିଲା l ବିଭିନ୍ନ ପ୍ରତିଯୋଗିତା ର ଅଂଶୀଦାର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପ୍ରୋଗ୍ରାମ ଅଫିସର ଚନ୍ଦ୍ର ପ୍ରଭା ଦେଇ ଓ କାକଟପୁର ସିଡିପିଓ ମେରୀ ମାଇକେଲ ଖେସ ମୁକୁଟ ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ l ଏଥିରେ କାକଟପୁର ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ର ସମସ୍ତ କର୍ମଚାରୀ, ସୁପରଭାଇଜର, ମମତା ପତି, ରାଜଲକ୍ଷ୍ମୀ ଦେଇ, ପ୍ରତିମା, ଦୀପ୍ତି, କବିତା, ସ୍ମୃତି ସୂଦୀପ୍ତା, ଓ ପୋଷଣ କୋଅଡିନେଟର ଅକ୍ଷୟ, ବିଶ୍ୱରଂଜନ କାର୍ଯ୍ୟକ୍ରମ କୁ ସରସସୁନ୍ଦର କରିବାରେ ସହଯୋଗ କରିଥିଲେ l
Article Image