Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 14/08/2025, ବିକ୍ରମ ଓଡ଼ିଶା ନିୟୁଜ: ଜଡତିରା ଗ୍ରାମ ପଞ୍ଚାୟତ ରେ ତ୍ରିରଙ୍ଗା ପଦଯାତ୍ରାତିର୍ତ୍ତୋଲ-୧୪/୮-(ରିପୋର୍ଟ-ଟୁକନ ସେଠୀ)-ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଓ ଓଡିଶା ସରକାରଙ୍କ ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ନିର୍ଦ୍ଦେଶ କର୍ମେ ଆଜି ଜଡତିରା ଗ୍ରାମ ପଞ୍ଚାୟତ ରେ ଜଡତିରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶିବ ପ୍ରସାଦ ସାହୁ (ବିକନ) ନେତୃତ୍ୱ ରେ ଆଜି ପଞ୍ଚାୟତ ବାସୀଙ୍କ ଦ୍ୱାରା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହେଇଯାଇଛି |ଉକ୍ତ ପଦଯାତ୍ରା ପଞ୍ଚାୟତ କାର୍ଯ୍ୟାଳୟ ରୁ ବାହାରି ମଣିଜଙ୍ଗା ବଜାର,ଜଡତିରା ଓ ଅରଡା ଗ୍ରାମ ପରିକ୍ରମା କରିଥିଲା ,ଶେଷରେ ପଞ୍ଚାୟତ ବାସୀଙ୍କ ଉଦ୍ଦେଶ୍ୟ ରେ ସରପଞ୍ଚ ଙ୍କ ବାର୍ତ୍ତା ଥିଲା ହର ଘର ତ୍ରିରଙ୍ଗା ପଦଯାତ୍ରା କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ ଏହା ଆମ ସମ୍ବିଧାନ, ଆମ ସ୍ୱାଧୀନତା, ଆମ ଗୌରବର ପ୍ରତିକ,
ଆମ ସ୍ୱାଧୀନତା ରେ ଯେଁଉ ବୀର ମହାପୁରୁଷ ମାନେ ତାଙ୍କର ରକ୍ତ, ଶ୍ରମ ଓ ବଳିଦାନରେ ଏହି ପତାକାକୁ ଉଚ୍ଚ କରିଥିଲେ। ଆଜି, ଆମେ ସେହି ଜାତିପ୍ରେମର ସ୍ୱରକୁ ପ୍ରତ୍ୟେକ ଘରକୁ ପହଞ୍ଚାଇବା ଆସନ୍ତୁ, ପ୍ରତ୍ୟେକ ଘରେ ତ୍ରିରଙ୍ଗା ପହଞ୍ଚାଇବା, ପ୍ରତ୍ୟେକ ହୃଦୟରେ ଭାରତୀୟତାର ଦୀପ ଜଳାଇବା।ମୋର ଘର, ମୋର ତ୍ରିରଙ୍ଗା, ମୋର ଗୌରବ