Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଶ୍ରୀ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ପରିସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ। 1

ନାଉଗାଁ, 14/08/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ପରିସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।ନାଉଗାଁ ୧୪/୦୮/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁକ୍ଷ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୁତି ଭୁଷଣ ସ୍ବାଇଁ ଜାତୀୟ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ତ୍ରିରଙ୍ଗା ପତାକାକୁ କାହିଁକି ଜାତୀୟ ପତାକା କୁହାଯାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ନାନିୟ ଅତିଥି ଭାବେ ପୃର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଲେଙ୍କା ଯୋଗଦେଇ ଦେଶ ବଂଚିଲେ ଜାତି ଓ ଆମେମାନେ ବଂଚିବା ଆମର ପୃର୍ବପୂରୁଷ ମାନେ କେତେ କଷ୍ଟ କରି ଆମ ଭାରତ ବର୍ଷକୁ ସ୍ବାଧିନତା ଆଣୀଥିଲେ ସେ ସମ୍ପର୍କରେ ସମ୍ୟକ ସୁଚନା ପ୍ରଦାନ କରୀଥିଲେ।ପରେ ପରେ ଅଧ୍ୟାପକ ଚୈତନ୍ୟ ଚରଣ ପରିଡ଼ା ଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଦୁଇସହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ନେଇ ହରଘର ତ୍ରିରଙ୍ଗା ରାଲି ମହାବିଦ୍ୟାଳୟ ପରିସରରୁ ବାହାରି ବ୍ଳକ ଛକ ଦେଇ ନାଉଗାଁ ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଭାତ କୁମାର ଶତପଥୀ, ଅଧ୍ୟାପକ ତୁଷାର କାନ୍ତ ଦାସ, ଶ୍ରୀମତୀ ବିଜୟିନୀ ପଢିୟାରୀ, ସନ୍ଦିପ ମହାପାତ୍ର, ସୁରେଶ କୁମାର ବାରିକ, ହୃଦାନନ୍ଦ ସ୍ବାଇଁ,ଦିନେଶ କୁମାର ଦାସ, ଚୈଉଧୁରୀ ଦିନେଶ କୁମାର ଦାସ, ଅଧ୍ୟାପିକା ମନେଲୋଭା ପ୍ରଧାନ,ଦିନବଧୁ ନାୟକ, ସୁଭଦ୍ରା ରାଉଳ,ତାପସ ରଂଜନ ମହାନ୍ତି।ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି ତ୍ରିରଙ୍ଗା ରାଲିରେ ଯୋଗଦେଇଥିବା ଦେଖାଯାଇଛି।
Article Image