Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସ୍ୱାଧୀନତାର ୭୯ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ ବିଜେପିର ଜିଲ୍ଲା ସଭାପତି 1

ଜଗତସିଂହପୁର , 14/08/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ୱାଧୀନତାର ୭୯ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ ବିଜେପିର ଜିଲ୍ଲା ସଭାପତି
Article Image
ଜଗତସିଂହପୁର,୧୪/୮/୨୦୨୫ବିକ୍ରମ ଓଡିଶା ନିୟୁଜ।
Article Image
ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶସାରା ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ,ମଣ୍ଡଳ ସଭାପତି ସ୍ୱରାଜ ସାମଲଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ବିଜେପିର ଜିଲ୍ଲା ସଭାପତି ପ୍ରତାପ ମିଶ୍ର ଯୋଗଦେଇଥିବା ବେଳେ ଏଥିରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାଥୀ ରାଜ କିଶୋର ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ସୁବାଷ ଜେନା,ମଣ୍ଡଳ ପ୍ରଭାରୀ ତରୁଣ କୁମାର ଦାସ, ବିଜୟ ଦାଶ, ଯୁବନେତା ଡ଼ଃ ପ୍ରକାଶ କୁମାର ଦଳାଇ,ବନୋଜ ନାୟକ,ରଞ୍ଜନ କୁମାର ନାୟକ,ସରୋଜ ଦାସ,ମନୋଜ ସାହୁ,ସରୋଜକାନ୍ତ ସ୍ୱାଇଁ, ଭଗବାନ ସ୍ୱାଇଁ, ନାରୀମୋର୍ଚ୍ଚାର ସୁପ୍ରଭା ସ୍ୱାଇଁ, ମଧୁସ୍ମିତା ଭୋଇ,ମମତା ନାୟକ, ସଂଯୁକ୍ତା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ, ତ୍ରିରଙ୍ଗା ପଦଯାତ୍ରା ରଘୁନାଥପୁର ମଣ୍ଡଳ ଭାରତୀୟ ଜନତାପାର୍ଟି କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ରଘୁନାଥପୁର ବଜାର ପରିକ୍ରମାକରି ବ୍ଲକ ଛକ ପାଖରେ ପଂହଁଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଆତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ଏହା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା, ଏକହଜାର ପାଖାପାଖି ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଉପସ୍ଥିତ ହୋଇ ଦେଶାତ୍ମବୋଧ ସଂଗୀତରେ ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହୋଇଥିଲେ।