Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 15/08/2025, ବିକ୍ରମ ଓଡ଼ିଶା ନିୟୁଜ: ( ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିଷର ମଧ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ)ଜଗତସିଂହପୁର

ତା=15/8/25ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗତା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ | ପ୍ରଥମେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଥିବା ମହାପୁରୁଷ ମାନଙ୍କର ପ୍ରତିମୃତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ପରେ ଧାର୍ଯ୍ୟ ସମୟ ଅନୁସାରେ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା l ପରେ ପରେ ଜିଲ୍ଲା ପୋଲିସ, ଏନିସିସି, ସ୍କାଉଟୁ, ବିଭିନ୍ନ ସଂଗଠନ ଙ୍କ ତରଫରୁ ପ୍ୟାରେଟ ଅନୁଷ୍ଠିତ ହେବା ସହିତ, ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ପିଲାମାନଙ୍କ ଦ୍ୱାର ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ କୃତିତ୍ୱ ଅର୍ଜନ କରିଥିବା କଳାକାର ଓ ବିଭିନ୍ନ ସରକାରୀ ସଂସ୍ଥା ମାନଙ୍କ ରେ ବିଭିନ୍ନ କାର୍ଯ୍ୟ ରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରଯାଇ ଥିଲା l ଶେଷରେ ସମସ୍ତ ଅତିଥି ମାନେ ଦେଶରେ ସ୍ୱାଧୀନତା ବିଷୟରେ ବଳିଦାନ ଦେଇଥିବା ମହା ପୁରୁଷ ମାନଙ୍କ ବିଷୟରେ ନିଜ ର ଅଭିଭାଷଣ ମାଧ୍ୟମରେ କହିବା ସହିତ କିଭଳି ଆମେ ସେହି ମହାପୁରୁଷ ଙ୍କ ବଳି ଦାନକୁ କେବବି ନଭୁଲିବା ସେ ସମ୍ବଦ୍ଧରେ ନିଜର ବକ୍ତବ୍ୟ ରଖିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ