Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 16/08/2025, ବିକ୍ରମ ଓଡ଼ିଶା ନିୟୁଜ: ଖାକିରେ କଳଙ୍କ, ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାରସିଂ
କାକଟପୁର ତା ୧୬/୮(ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା ଅସ୍ତରଙ୍ଗ ଥାନାର କାର୍ଯ୍ୟରତ ଆଇଆଇସି ରାଜେଶ ବଳିୟାରସିଂ ସଫଳତାର ସହ ପ୍ରାୟ ୨ ବର୍ଷ ହେବ କାର୍ଯ୍ୟ ତୁଲାଇଥିବାବେଳେ ଅତୀତରେ ଘଟାଇଥିବା କଳଙ୍କିତ ଅଧ୍ୟାୟ ପାଇଁ ଜୟପୁର ପୋଲିସ ଦ୍ୱାରା ଗିରଫ ହୋଇ ଜେରା ବେଳେ ପରିସ୍ରା କରିବା ବାହାନାରେ ଚତୁରତାର ସହିତ ଫେରାର ହୋଇଯିବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ନିଲମ୍ବିତ ହେବା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଅନୁସନ୍ଧାନ ରୁ ଜଣାପଡିଛି ଯେ ଆଇଆଇସି ଶ୍ରୀ ବଳିୟାରସିଂ ଅତୀତ ରେ ଜୟପୁର ଥାନାରେ ସବ-ଇନ୍ସପେକ୍ଟର ଗଞ୍ଜେଇ ମାଫିଆଙ୍କ ସହିତ ସମ୍ପର୍କ ରଖି ସେମାନଙ୍କୁ ଅନୁକମ୍ପା ଦେଖାଇବାରେ ପ୍ରମାଣ ମିଳିବା ପରେ ପୋଲିସ ମହାନିର୍ଦ୍ଦେଶକ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିବା ଜଣାପଡିଛି l ତାଙ୍କୁ ଗିରଫ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି l