Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 16/08/2025, ବିକ୍ରମ ଓଡ଼ିଶା ନିୟୁଜ: ବିର ଯବାନଙ୍କ ପାଇଁ ଗଛଟିଏ ଅଭିଯାନ ଅନୁଷ୍ଠିତ।
ନାଉଗାଁ, ୧୬/୮: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଶ ପଞ୍ଚାୟତର ସରପଞ୍ଚ ନିହାର ରଜ୍ଞନ ବସ୍ତିଆଙ୍କ ପକ୍ଷରୁ ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ଅବସରରେ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ଚାରିଆଡ଼େ ଏହି ସ୍ଵାଧୀନତା ଦିବସକୁ ବିଭିନ୍ନ ରୂପରେ ପାଳନ କରାଯାଇଥିବା ବେଳେ ଶ୍ରୀ ବସ୍ତିଆ ଉକ୍ତ ପଜ୍ଞାୟତକୁ ଏକ ସବୁଜ ପଜ୍ଞାୟତ କରିବା ଉଦ୍ଦେଶ୍ୟ ରଖି ବିର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଞ୍ଚାୟତର ଯୁବକ ମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ଏକ ହଜାରରୁ ଅଧିକ ଚାରା ରୋପଣ କରାଇଛନ୍ତି। ଏଥିସହିତ ଏହି ଚାରା ଗୁଡ଼ିକ ଆଗକୁ କିପରି ବଢ଼ି ବଡ଼ବଡ଼ ବୃକ୍ଷରେ ପରିଣତ ହେବା ସହିତ ଏକ ସବୁଜ ବଳୟ ସୃଷ୍ଟି କରିବ ସେଥିପ୍ରତି ଗୁରୁତ୍ୱ ଦେବାପାଇଁ ଯୁବକ ମାନଙ୍କ ସହିତ ମିଶି ଏକ ସଂକଳ୍ପ ନେଇଛନ୍ତି।