Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ମାହାଙ୍ଗା, 17/08/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ବାଧୀନତା ଦିବସ ଅବସରରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସାଇଶ୍ରୀକୁ ଉତ୍କଳ ଗୌରବ ସମ୍ମାନ

କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସାମାଜିକ ସଙ୍ଗଠନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ୭୯ତମ ପବିତ୍ର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଇଥା ପଞ୍ଚାୟତର ଗୌଡ଼ପାଟଣା ଗାଁର ଶିକ୍ଷକ ଦୀପ୍ତି ରଞ୍ଜନ ରାଉତଙ୍କ ସହଯୋଗରେ ଷଷ୍ଠରୁ ଦଶମ ପିଲାମାନଙ୍କର ଲୁକାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଏକ ନିଆରା ପ୍ରୟାସ କରାଯାଇଥିଲା । ପିଲାମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ, ଭଜନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ସଙ୍ଗୀତରେ ୧୧ଜଣ ଓ ଚିତ୍ରାଙ୍କନରେ ୧୪ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ୨୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୬ଜଣ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରମାଣ ପତ୍ର ଏବଂ ଉପହାର ପ୍ରଦାନ କରା ଯାଇଥିଲା । ଅନ୍ୟ ୧୯ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଛୋଟ ଛୋଟ ପିଲାଙ୍କ ମନରେ ଖୁସି ବାଣ୍ଟିବା ସହିତ ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏଭଳି ପ୍ରୟାସ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ମହେଶ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶିକ୍ଷକ ଦୀପ୍ତି ରଞ୍ଜନ ରାଉତ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ଏପରି କାର୍ଯ୍ୟକୁ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ ।ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ