Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 17/08/2025, ବିକ୍ରମ ଓଡ଼ିଶା ନିୟୁଜ: ବ୍ରହ୍ମଳୀନ ସ୍ୱାମୀ ଲକ୍ଷ୍ମାଣାନନ୍ଦ ଙ୍କ ବଳିଦାନ ଏକସପ୍ତାହ ବ୍ୟାପି ଦିବସ ପାଳନ ର ଉଦଘାଟନ :ତିର୍ତ୍ତୋଲ-୧୭/୮-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତୋଲ ଶାଗବାରିଆସ୍ଥିତ ଉତ୍କଳବିପନ୍ନ ସହାୟତା ସମିତି ସଭାଗୃହ ରେ ଜିଲ୍ଲା ଧର୍ମରକ୍ଷା ସମିତି ଆନୁକୂଲ୍ୟରେ ବ୍ରହ୍ମଳୀନ ସ୍ୱାମୀ ଲକ୍ଷ୍ମାଣାନନ୍ଦ ସରସ୍ବତୀ ଙ୍କ ବଳିଦାନ ଦିବସ ଉପଲକ୍ଷେ ଏକସପ୍ତାହ ବ୍ୟାପି ପାଳନ ହେଵାକୁଯାଉଥିବା କାର୍ଯ୍ୟକ୍ରମ ର ଉଦଘାଟନ ହୋଇଯାଇଛି ! ଜିଲ୍ଲା ସଂଯୋଜକ ପ୍ରଦୀପ ଲେଙ୍କା ଙ୍କ ସଭାପତିତ୍ୱ ରେ ଏବଂ ରାମାୟଣୀ ପଣ୍ଡିତ ଅଭୟ ଦାଶ ଙ୍କ ସଂଯୋଜନା ରେ ଏହିକାର୍ଯ୍ୟକ୍ରମ ରେ ଓଡିଶା ଶିଳ୍ପ, ଦକ୍ଷତା ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ମାଳିକାପ୍ରବକ୍ତା ଦିବାକର ଦାସ ମହାରାଜ, ଧର୍ମଜାଗରଣ ପ୍ରାନ୍ତୀୟ ସଂସ୍କୃତି ପ୍ରମୁଖ ଶ୍ରୁତିସାଗର ସରସ୍ବତୀ , ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜିଲ୍ଲା ଜ୍ୟୋତିଷ ପ୍ରମୁଖ ଡ଼ଃ ଅରୁଣ କୁମାର ପାଣି, ବିଶ୍ଵହିନ୍ଦୁପରିଷଦ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସାହୁ , ଜିଲ୍ଲା ସଂପାଦକ ନଳିନୀ ବାବା , ମଠ ମନ୍ଦିର ପ୍ରମୁଖ ସାରଦା ପ୍ରସାଦ ମଲ୍ଲ, ଅଧିକାରୀ ରମାକାନ୍ତ ଦାସ, ଉପଦେଷ୍ଟା ଶ୍ରୀଯୁକ୍ତ ଶରତ ଚନ୍ଦ୍ର ତାରିଣିଆ, ପ୍ରମୁଖ ଯୋଗଦାନ କରିଥିଲେ ! ସ୍ଥାନୀୟ ଧର୍ମଜାଗରଣ ସମିତି ର କାର୍ଯ୍ୟକର୍ତା ମାନେ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଚାଲିବ ବୋଲି ସୂଚନା ମିଳିଛି, ପ୍ରତ୍ୟେହ ମାତୃଶକ୍ତି, ଯୁବଶକ୍ତି, ଅବସରପ୍ରାପ୍ତ ସୈନିକ, ସାଧୂସନ୍ଥ, କୀର୍ତ୍ତନ ମଣ୍ଡଳୀ , ବୈଦିକ ବ୍ରାହ୍ମଣ ପଣ୍ଡିତ, ଜ୍ୟୋତିର୍ବିଦ, ପାଲା ପ୍ରଭୁତି ଲୋକନୃତ୍ୟ କଳାକାର ମାନଙ୍କୁ ନେଇ କାର୍ଯ୍ୟକ୍ରମ ରହିବା ସହ ପ୍ରତ୍ୟେହ ସନ୍ଧ୍ୟା ରେ ଭାଗବତ ଆଲୋଚନା ସତସଙ୍ଗ ରହିବ !

