Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଦ୍ୟୁତ୍ ବିଭାଗର ଅଣଦେଖା , ହାଇୱା ଦୁର୍ଘଟଣା ରେ ଉପୁଡ଼ିଗଲା ଖୁଣ୍ଟ 1

ତିର୍ତୋଲ, 17/08/2025, ବିକ୍ରମ ଓଡ଼ିଶା ନିୟୁଜ: ବିଦ୍ୟୁତ୍ ବିଭାଗର ଅଣଦେଖା , ହାଇୱା ଦୁର୍ଘଟଣା ରେ ଉପୁଡ଼ିଗଲା ଖୁଣ୍ଟତିର୍ତ୍ତୋଲ-୧୭/୮-ତିର୍ତ୍ତୋଲ ବ୍ଲକ କଟରl ପଞ୍ଚାୟତ ର କଟରl ହାଟ ସ୍ଥିତ ସରକାରୀ ଡ଼ାକ୍ତରଖାନା ର ନିର୍ମାଣ କାର୍ଯ୍ୟ ନିମନ୍ତେ ଗତ ଶନିବାର ରାତି ପ୍ରାୟ ସାଢେ ବାରଟା ବେଳେ ଓଡ଼ି - ୨୧ ଏଫ୍ - ୯୭୩୯ ନମ୍ବର ଥିବା ଏକ ବାଲି ବୋଝେଇ ହାଇୱେl ଗାଡ଼ି, ବେପରୁଆ ଭାବରେ ଗାଡ଼ି ଚଳାଇ ମେଡିକାଲ ସମ୍ମୁଖରେ ଥିବା ଏକ ଇଲେକ୍ତ୍ରୀ ଖୁଣ୍ଟ ଉପରେ ଚଢ଼ାଈ ଦେବାରୁ, ଖୁଣ୍ଟ ଟି ଉପୁଡ଼ି ପଡ଼ିଥିଲା। ସୌଭାଗ୍ୟ ବସତ , ଟ୍ରାଂଶମିଟର ପାଖରୁ ବିଦ୍ୟୁତ ତାର ଟି ଛିଣ୍ଡି ଯିବାରୁ, ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର ଓ ହାଟ ବଜାରର ସ୍ଥାନୀୟ ଲୋକମାନେ। ବିଦ୍ୟୁତ୍ ବିଛିନ୍ନ ହେବାରୁ ଉପସ୍ଥିତ ଲୋକମାନେ ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କୁ ବାରମ୍ବାର ଖବର ଦେଇଥିଲେ ମଧ୍ୟ ଏଭଳି ଜରୁରୀ ଖବର କୁ କେହିବି ଗୁରୁତ୍ୱ ଦେଇ ନଥିଲେ । ଯାହା ଫଳରେ ଦୀର୍ଘ ୨୪ ଘଣ୍ଟା ରୁ ଅଧିକ ସମୟ ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଯାଇଥିଲା। ଦୁର୍ବଳ ବିଦ୍ୟୁତଖୁଣ୍ଟ କୁ ଉଠାଇ ନୂଆଖୁଣ୍ଟ ବସାଇବା ନିମନ୍ତେ, ବିଭାଗୀୟ ଅଧିକାରୀ ମାନେ ଆବଶ୍ୟକୀୟ ପଦକ୍ଷେପ, ନେଉନଥିବାରୁ, ଏପରି ବିପଦଜନଜ ପରିସ୍ଥିତ ସୃଷ୍ଟି ହେଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ବିଶେଷ କରି କଟରl ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦୂତ୍ କାଟ ଯୋଗୁଁ ଉପଭୋକ୍ତା ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Article Image