Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ତିର୍ତୋଲ ବ୍ଲକରେ ଅନୁଷ୍ଠିତ ବିକଶିତ ଗାଁ, ବିକଶିତ ଓଡିଶା ସଭା ମଞ୍ଚକୁ , ତିର୍ତୋଲ ବିଧାୟକ ନଥିଲା କି ନିମନ୍ତ୍ରଣ 2

ତିର୍ତୋଲ, 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତୋଲ ବ୍ଲକରେ ଅନୁଷ୍ଠିତ ବିକଶିତ ଗାଁ, ବିକଶିତ ଓଡିଶା ସଭା ମଞ୍ଚକୁ ,ତିର୍ତୋଲ ବିଧାୟକ ନଥିଲା କି ନିମନ୍ତ୍ରଣ ?
Article Image
Article Image
ତିର୍ତୋଲ ୧୭/୭ (ସ୍ପେଶାଲ କରସ୍ପ ଣ୍ଡେଣ୍ଟ) ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୁମାର ଉତ୍ସବପଡିଆ ରେ ତିର୍ତୋଲ ବ୍ଲକ ତରଫରୁ
Article Image
ସରକାରଙ୍କ ଏକବର୍ଷ ଶାସନ ପୂର୍ତ୍ତି ଅବସର ରେ ଜନସାଧାରଣ ଙ୍କୁ ତୋଫା ଦେବା ନିମନ୍ତେ ବିକଶିତ ଗାଁବିକଶିତ ଓଡିଶା ଯୋଜନା ରେ ଗ୍ରାମ ପଂଚାୟତ ର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ତିର୍ତୋଲ ବ୍ଲକ ପାଇଁ ୩କୋଟି ୬୯ଲକ୍ଷ୍ୟ ଟଙ୍କାର ୮୧ ଗୋଟି ପ୍ରକଳ୍ପ ର ଶିଳାନ୍ୟାସ ହେଉଥିବା ସଭାରେ ତିର୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇଙ୍କ ଦେଖା ମିଳି ନଥିଲା, ଅପର ପକ୍ଷେ ତିର୍ତୋଲ ନିର୍ବାଚନ ମଣ୍ଡଳୀର ସବୁ ମୁଣ୍ଡି ମୁଣ୍ଡି ବ୍ଲକ ସ୍ତରୀୟ କର୍ମୀ ନେତା,ସରପଞ୍ଚ,ସମିତି ସଭ୍ୟ ସଭ୍ୟା, ଏସ ଏଚ ଜି ମହିଳା ଉପସ୍ଥିତ ରହି ମୋହନ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା ନିମନ୍ତେ ତାଳି ମାରୁଥିବା ବେଳେ, ମାନ୍ୟବର ଶିଳ୍ପ ତାଙ୍କ ଭାଷଣରେ ଦଳଗତ ନିର୍ବିଶେଷରେସମସ୍ତେ ସହଯୋଗ କରିବାକୁ ଆମନ୍ତ୍ରଣ କରୁଥିବା ବେଳେ ତିର୍ତୋଲବିଧାୟକ ଡ଼. ରମାକାନ୍ତ ଭୋଇ ଏଥିରେ ଯୋଗ ନ ଦେବା ତିର୍ତୋଲ ବିକାଶ ପାଇଁ ମାନ୍ୟବର ବିଧାୟକ କେତେ ତତପରତା ଆଲୋଚନା ର କେନ୍ଦ୍ର ବିନ୍ଦୁ ପାଲଟିଛି, ଦଳ ଗତ କୁବିଚାର ନକରି ଯେଉଁଠି ବିକାଶ ଲାଗି ପଂଚାୟତ ସ୍ତରୀୟ କର୍ମୀ ମାନେ ଆଗେଇ ଆସୁ ଛନ୍ତି ସେଠି ଜନସାଧାରଣ ଙ୍କ ନିର୍ବାଚିତ ପ୍ରତିନଧିକାହିଁକି ପଛ ଘୁଞ୍ଚା ଦେଉ ଛନ୍ତି ଏବେ ପ୍ରଶ୍ନ ଉଙ୍କି ମାରିଛି, ନା ବିଧାୟକ ଙ୍କ"ଜଗତସିଂହପୁର ଜିଲ୍ଲାରେ ଯୁବକ ଙ୍କୁ ମିଳୁନି ଚାକିରୀ ଶୀର୍ଷକ ଖବରପ୍ରକାଶନ"ତିର୍ତୋଲ ବିଧାୟକ ଓ ମାନ୍ୟବର ଶିଳ୍ପ ମନ୍ତ୍ରୀ ଙ୍କ ମଧ୍ୟରେବିବାଦ ଆଣିଛି କି ?, ଯେଉଁଥି ପାଇଁ ବିଧାୟକ ନିମନ୍ତ୍ରଣ ରକ୍ଷା କଲେନି, ଅଥବା ମାନ୍ୟବର ଶିଳ୍ପ ମନ୍ତ୍ରୀ ବିଧାୟକ ଙ୍କ ନିମନ୍ତ୍ରଣ ବାତିଲି କରିଦେଇଛନ୍ତି କି? ବୋଲି ଶୁଣିବାକୁ ମିଳୁଛି,ଆଗକୁ ଆସୁଛି ପଂଚାୟତ ନିର୍ବାଚନ ଡ଼.ରମାକାନ୍ତ ଭୋଇଙ୍କ ଟିମି ଦୃର୍ବଳ ହେଉଥିବାଦେଖା ଦେଲାଣି, ଯେଉଁ ସଭାକୁ ତିର୍ତୋଲବିଧାୟକ ଯାଉ ଛନ୍ତି, ସେ ସଭାକୁ ବିଜେଡିକର୍ମୀ ଯାଉ ନାହାନ୍ତି, ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଇବିରିସିଂ ରାଜମହୋତ୍ସବ ସଭାରେ, ତେଣୁ ତିର୍ତୋଲ ବ୍ଲଜପ୍ରଶାସନ ଜାଣିଶୁଣି ଏଭଳି କରିଛିକି ଏହାବି ଆଲୋଚନା ହେଉଛି,ରିପୋର୍ଟ :ଶ୍ରୀବତ୍ସ ଲାଞ୍ଛନ ପାଢ଼ୀ,