Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ତିର୍ତ୍ତୋଲ ବ୍ଲକ କଂଗ୍ର଼େସ ତରଫରୁ ସାତ ଦଫା ଦାବି ନେଇ ବିଦ୍ଯୁତ୍ କାର୍ଯ୍ଯାଳୟ ରେ ଦାବି ପତ୍ର 1

ତିର୍ତୋଲ, 18/08/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ବ୍ଲକ କଂଗ୍ର଼େସ ତରଫରୁ ସାତ ଦଫା ଦାବି ନେଇ ବିଦ୍ଯୁତ୍ କାର୍ଯ୍ଯାଳୟ ରେ ଦାବି ପତ୍ରତିର୍ତ୍ତୋଲ-୧୮/୮-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତ୍ତୋଲ ବ୍ଲକ କଂଗ୍ରେସ ତରଫରୁ ସାତ ଦଫା ଦାବି ନେଇ ତିର୍ତ୍ତୋଲ ସ୍ଥିତ ଟିପିସିଓଡିଏଲ କାର୍ଯ୍ଯାଳୟ କୁ ଯାଇ *ପିସିସି ସଭ୍ଯ ଦେବ ପ୍ରସାଦ ନାୟକ ଙ୍କ ନେତୃତ୍ବରେ* ବ୍ଲକ କଂଗ୍ରେସ ର ଶତାଧିକ କର୍ମୀ ଏସଡିଓ ଙ୍କୁ ଭେଟି ସାତ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ ତିର୍ତ୍ତୋଲ ସେକ୍ସନ ଅଧିନରେ ଥିବା ଉପଭୋକ୍ତା ମାନେ ଦୀର୍ଘଦିନ ହେବ ପ୍ରତିଦିନ ବାରମ୍ବାର ବିଦ୍ଯୁତ୍ କଟିବା ହେତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଗ୍ରାମରେ ତାର ଛିଣ୍ଡି ଯାଉଥିବା ଓ ଗୋଟିଏ ସରି ହୋଇଯାଇଥିବାର ଅଭିଯୋଗ ଆସିବା ପରେ ମଧ୍ଯ ସଠିକ୍ ସମୟରେ ଏହାର ମରାମତି କରାଯାଉ ନାହିଁ ଯେଉଁଥିପାଇଁ ଗତ କିଛି ଦିନ ତଳେ କନକପୁର ପଞ୍ଚାୟତ ର ହରିପୁର ଗ୍ରାମ ଠାରେ ଏକ ବିଦ୍ଯୁତ୍ ତାର ଛିଣ୍ଡି ଏକ ଶ୍ମଶାନ ପଡିଆରେ ପଡି ଚାର୍ଜ ହେବା ପରେ ସେହି ସ୍ଥାନରେ ଜଣେ ସ୍ଥାନୀୟ ଭଦ୍ର ବ୍ୟକ୍ତିଙ୍କ ସମେତ ତାଙ୍କ ଗାଈ ର ଅକାଳ ମୃତ୍ଯୁ ଘଟିଥିଲା ମୃତ୍ଯୁ ବରଣ କରିଥିବା ପରିବାର ବର୍ଗ ଙ୍କୁ TPCODL ତରଫରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ଏହି ସେକ୍ସନ ଅଧିନରେ ଥିବା ଅନେକ ଗ୍ରାମରେ ବିଦ୍ଯୁତ୍ ଖୁଣ୍ଟ ଗୁଡିକର ରକ୍ଷାଣବେକ୍ଷଣ ସଠିକ୍ ଭାବେ ହେଉନାହିଁ । ଟ୍ରାନ୍ସଫର୍ମମର ଗୁଡିକର ରକ୍ଷଣାବେକ୍ଷଣ ମଧ୍ଯ ସଠିକ୍ ଭାବେ କରାଯାଉନାହିଁ, ଅନାବନା ଲଟା ଏହା ଉପରେ ମାଡି ରହିଛି ଓ ପ୍ରାୟତଃ ଟ୍ରାନ୍ସଫର୍ମମର ଚାରିପଟେ ବ୍ଯାରିକେଟ୍ ବା ବାଡ ଦିଆଯାଇନାହିଁ ଯେଉଁଥିପାଇଁ ଅନେକ ସମୟରେ ଗାଇ , ଷଣ୍ଢ ଓ ତୃଣଭୋଜି ପ୍ରାଣୀ ମାନେ ଲଟା ଖାଇବା ପାଇଁ ଯାଇ ସକ୍ ଲାଗି ମୃତ୍ଯୁ ର ସମ୍ମୁଖୀନ ହେଉଛନ୍ତି , ଅଧିକାଶଂ ଟ୍ରାନ୍ସଫର୍ମମର ରେ ଟିପି ସୁଇଚ୍ ବା ହ୍ଯାଣ୍ଡେଲ୍ ଏବଂ ଅଧିକାଶଂ ଟ୍ରାନ୍ସଫର୍ମମର ତିନୋଟି ଫେଜ୍ ବାଉଁଶ ଦ୍ବାରା ଝୁଲା ଯାଇଛି ଯେଉଁଠିକି ସେଠାରେ କଟଆଉଟ୍ ବ୍ଯବହାର କରାଯିବା କଥା କିନ୍ତୁ ତାହା ବ୍ଯବହାର ହେଉ ନାହିଁ ।
Article Image
ପ୍ରାୟତଃ ଗ୍ରାମରେ ଗଛଡାଳ ଓହଳି ବିଦ୍ଯୁତ୍ ତାର ରେ ଲାଗି ତାର ଛିଡୁଛି ସେହି ଗଛ ଡାଳ ଗୁଡିକ ମଧ୍ଯ କଟା ଯାଉନାହିଁ ।
Article Image
ଗୋପାଳପୁର , ମୂଳିସିଂ , ବିରିତୋଳ ଓ ସଅଁର ପଞ୍ଚାୟତ ର କିଛି ଅଂଶ ର ଉପଭୋକ୍ତା ମାନେ ପୂର୍ବରୁ ନୂଆପଡା ଫିଡର ଅଧିନରେ ରହିଥିଲେ କିନ୍ତୁ ଏବେ ତାଙ୍କୁ ତିର୍ତ୍ତୋଲ ସେକ୍ସନ ର ମୂଳିସିଂ ଫିଡର ଅଧିନରେ ତାଙ୍କୁ ଅର୍ନ୍ତଭୁକ୍ତ କରାଯାଇଛି ଯଦ୍ବାରା ଉପଭୋକ୍ତା ମାନେ ବାରମ୍ବାର ବିଦ୍ଯୁତ୍ କାଟ୍ ର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ପୂର୍ନବାର ନୂଆପଡା ଫିଡର ଅଧିନରେ ଅର୍ନ୍ତଭୁକ୍ତ କରାଯାଉ ବୋଲି ଦାବି କରାଯାଇଛି ।TPCODL କମ୍ପାନୀ ୟୁନିଟ୍ ପିଛା ବିଦ୍ଯୁତ୍ ୨.୪୦ ଟଙ୍କା ରେ କ୍ରୟ କରୁଥିବା ବେଳେ ୭.୬୦ ଟଙ୍କା ରେ ବିକ୍ରୟ କରୁଛି । ଓଡିଶା ଏକ ବିଦ୍ଯୁତ ବଳକା ରାଜ୍ଯ ହୋଇଥିଲେ ବି ରାଜ୍ଯରେ ବିଦ୍ଯୁତ୍ ଦର ଜାତୀୟ ହାର ଠାରୁ ଅଧିକ । ତେଣୁ ଏହା ଉପଭୋକ୍ତା ମାନଙ୍କର ଆର୍ଥିକ ମାନଦଣ୍ଡ ଉପରେ ସିଧାସଳଖ ପ୍ରଭାବ ପକାଉଛି । ତେଣୁ ରାଜ୍ଯରେ ୟୁନିଟ୍ ପିଛା ବିକ୍ରୟ ଦର କୁ ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣକରିବା ପାଇଁ ଆମେ ଆପଣଙ୍କ ମାଧ୍ଯମରେ TPCODL ର ରାଜ୍ଯ ମୁଖ୍ଯଙ୍କ ନିକଟରେ ଦାବି ରଖାଯାଇଛି । ଏହି ସବୁ ଦାବି ଯଦି ୨୦ ଦିନ ମଧ୍ଯରେ ସମାଧାନ ନହୁଏ ତେବେ ବ୍ଲକ କଂଗ୍ରେସ ସମୂହ ଜନସ୍ବାର୍ଥ ରୁ ଦୃଷ୍ଟି ରେ ରଖି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ବୋଲି ଶ୍ରୀଯୁକ୍ତ ନାୟକ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ଯକ୍ରମ ରେ ବ୍ଲକ କଂଗ୍ରେସ ଉପ ସଭାପତି ଜିତେନ୍ଦ୍ର ମହାନ୍ତି , ଧନଞ୍ଜୟ ସୂତାର , ଅଶ୍ବିନୀ ସ୍ବାଇଁ , ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଫି ଆଜମ୍ , ଗରାମ ସରପଞ୍ଚ ପ୍ରଦ୍ଯୁମ୍ନ କିଶୋର ଚୟନୀ , କୃଷ୍ଣଚନ୍ଦ୍ର ସ୍ବାଇଁ , ସେକ୍ ଅତହାର ଅଲ୍ଲୀ , ବ୍ରଜ କିଶୋର ମଲ୍ଲିକ , ସେକ୍ ସାୟକ ରସୁଲ , ରବି ନାରାୟଣ ସେଠୀ , ଲଲାଟ କେଶରୀ ମହାପାଚ୍ର , ସୁଦର୍ଶନ ମଲ୍ଲିକ , ରିଙ୍କୁ ପାଲ ,ମନୋଜ କୁମାର ବେହେରା , ଧନଞ୍ଜୟ ପୃଷ୍ଟି , ସଲାମତ ଅଲ୍ଲୀ, ଧୃବ ପରିଡା , ପ୍ରଶାନ୍ତ ଲେଙ୍କା , ଅଜୟ କୁମାର ସାହୁ , ମାନସ ମଲ୍ଲିକ , ଅଜିମ ଅଲ୍ଲୀ , ସୁଧାଂଶୁ ଶେଖର ବେହେରା , ଶୁଭାଶିଷ ସ୍ବାଇଁ , ଲକ୍ଷ୍ମୀଧର ମନ୍ତ୍ରୀ , ସଞ୍ଜୟ ପରିଡା ,ମାନସ ନନ୍ଦ , ନିରଞ୍ଜନ ମହାନ୍ତି , ଶ୍ରୀପତି ଲେଙ୍କା , ସୁନୀଲ ରାଣା , ରାକେଶ ସ୍ବାଇଁ ,ପ୍ରତ୍ଯୁଷ ନାୟକ , ସାଇ ପ୍ରଭଞ୍ଜନ ମହାପାତ୍ର ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।