Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସରକାରୀ ଅନୁଦାନ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ । 1

ନାଉଗାଁ, 18/08/2025, ବିକ୍ରମ ଓଡ଼ିଶା ନିୟୁଜ: ସରକାରୀ ଅନୁଦାନ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ ।
Article Image
ନାଉଗାଁ ୧୮/୦୮/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଓ ମା କୁତ୍ତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେବିଦୋଳ ପରିସରରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ (ଓସ୍ନେଲିଆ) ସଙ୍ଘ ତରଫରୁ 2008 ରୁ 2018 ମସିହା ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବନ୍ଧୁମାନଙ୍କୁ ସରକାରୀ ଅନୁଦାନ ଦେବା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସଭାପତି ବିଶ୍ଵରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜାରିରହିଛି ! ଅନିର୍ଦ୍ଧିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରହିବ ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ 2008 ରୁ 2018 ମସିହା ପର୍ଯ୍ୟନ୍ତ ସରକାରୀ ଅନୁଦାନ ନମିଳିଛି ! ସରକାରୀ ଅନୁଦାନ ପାଇବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରିରହିବ ବୋଲି କଟକ ବିଭାଗ ସଂଯୋଜକ ପପିନ୍ଦ୍ର ଲେଙ୍କା ଚେତାବନୀ ଦେଇଛନ୍ତି ! ଏହି କାର୍ଯ୍ୟକ୍ରମରେ ସନ୍ତୋଷ ଜେନା,ସୁଚିତ୍ରା ମଲ୍ଲ, ଅରୁନଦ୍ଧତି ସରଙ୍ଗୀ, ସ୍ଵାତିଶ୍ରୀ ବେହେରା, ରୋଜାଲିନ ଶିଶୁ, ପ୍ରଭାତ ପଟ୍ଟନାୟକ, ତାପସ ମହାନ୍ତି, ସଂଗ୍ରାମ ସ୍ୱାଇଁ,ରଂଜିତ ମହାନ୍ତି, ସୁଭଦ୍ରା ରାଉଳ,ଲିଙ୍ଗରାଜ ସ୍ୱାଇଁ, ଚିତ୍ତରଞ୍ଜନ ମହାପାତ୍ର, ସୁଶାନ୍ତ ଦାସ, ସନ୍ତୋଷ ମୁଦୁଲି, ସ୍ମୃତି ରଞ୍ଜନ ଲେଙ୍କା, ଜାଗୃତି ମହାନ୍ତି, ଅମ୍ବିକା ପ୍ରସାଦ ପାଢ଼ୀ, ଅନିରୁଦ୍ଧ ସ୍ୱାଇଁ,ମାନସ ସ୍ୱାଇଁ ସହିତ ସମସ୍ତେ ଯୋଗଦେଇଥିଲେ !