Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କୁଜଙ୍ଗକୁ ଏନ୍ଏସି ଦାବି : 1

କୁଜଙ୍ଗ , 18/08/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗକୁ ଏନ୍ଏସି ଦାବି :26 ମଙ୍ଗଳବାର ତହସିଲ ଘେରାଉ ନିଷ୍ପତି
Article Image
କୁଜଙ୍ଗ 18/8 ରାଜ୍ୟର 7 ଜିଲ୍ଲାରେ ନୂଆ 12ଟି ବିଜ୍ଞପିତ ଅଂଚଳ (ଏନ୍ଏସି)ଗଠନ କରିବାକୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି lସୋମବାର ସନ୍ଧ୍ୟାରେ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ବାବୁରାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆଜାଦ ହିନ୍ଦ କ୍ଲବ ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l
Article Image
ଆସନ୍ତା 26 ତାରିଖ ମଙ୍ଗଳବାର କୁଜଙ୍ଗ ତହସିଲ ଘେରାଉ କରାଯିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କ ମାଧ୍ୟମରେ ନାଗରିକ ମଞ୍ଚ ପ୍ରଦାନ କରିବ ବୋଲି ମଞ୍ଚ ଆବାହକ ରଘୁ ସାହୁ ଘୋଷଣା କରିଛନ୍ତି l ଉକ୍ତ ଦିନରେ ଏକ ବିଶାଳ ଶୋଭାଯାତ୍ରା କୁଜଙ୍ଗ ବଜାର ପରିକ୍ରମା କରି ତହସିଲଦାରଙ୍କ କାର୍ଯ୍ୟାଳୟକୁ ଆସିବ ବୋଲି ସଭାରେ ନିଷ୍ପତ୍ତି ହୋଇଛି l ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କବି ପିତାମ୍ବର ତରାଇ ଓ ଜିନମୟୀ ସାହାଣୀ କହିଥିଲେ ଯେ , ଶିଳ୍ପ ସମୃଦ୍ଧ ଆନ୍ତରଜାତିୟ ପାରାଦୀପ ବନ୍ଦର କୁଜଙ୍ଗ ତହସିଲ ମାଟିରେ ଗଢି ଉଠିଛି l କୁଜଙ୍ଗ ବଜାର ଲାଗି ମାତ୍ର 2 କିଲୋମିଟର ମଧ୍ୟରେ ହଜାର ହଜାର କୋଟି ତାଙ୍କର ଶିଳ୍ପ ଘୋଷଣା ହୋଇଛି l କୁଜଙ୍ଗର ଆର୍ଥିକ ସ୍ଥିତି ରାଜ୍ୟର ଅନ୍ୟାନ୍ୟ ସହର ଅପେକ୍ଷା କମ ନୁହେଁ l କୁଜଙ୍ଗରେ ବିଚାର ବିଭାଗୀୟ ଅତିରିକ୍ତ ଜିଲ୍ଲା ଅଦାଲତ ସହିତ ବହୁ ସରକାରୀ କାର୍ଯ୍ୟାଳୟ ରହିଛି ଓ ସମସ୍ତ ଭିତ୍ତିଭୂମି ଥିବାରୁ ଏନ୍ଏସି ପାଇଁ ବାରମ୍ବାର ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା l ତେବେ ପୂର୍ବ ନବୀନ ସରକାର 2024 ମସିହାରେ ପ୍ରଥମ ପର୍ଯ୍ୟାୟରେ 34 ଟି ଏନ୍ଏସି ଘୋଷଣା କରି କୁଜଙ୍ଗକୁ ବାଦ ଦେବାରୁ ଆନ୍ଦୋଳନ ମଥା ଟେକିଥିଲା l ଧାରଣା ଓ କୁଜଙ୍ଗ ବନ୍ଦ ହୋଇ ଆନ୍ଦୋଳନ ତୀବ୍ର ହେବାରୁ ଏପରି ଅସ୍ୱାଭାବିକ ସ୍ଥିତିରେ ତତକାଳିନ ସରକାରଙ୍କ ଏକ ପ୍ରତିନିଧି ଦଳ କୁଜଙ୍ଗ ଆସି ସ୍ଥିତି ପରଖି ଥିଲେ l ତହସିଲଦାର ଓ ବିଡ଼ିଓଙ୍କ ଅଂଚଳ ଆର୍ଥିକ ସ୍ଥିତି ରିପୋର୍ଟ ଯାଞ୍ଚ କରି ଆନ୍ଦୋଳନକାରିଙ୍କ ସହ ଆଲୋଚନା କରି ଫେରିବାର ସପ୍ତାହକ ମଧ୍ୟରେ ପୁନଃ 22 ଟି ଏନ୍ଏସି ଗଠନ କରି ସେଥି ମଧ୍ୟରେ କୁଜଙ୍ଗକୁ ସ୍ଥାନ ଦେଇଥିଲେ l ପୂର୍ବ ସରକାରଙ୍କ ନିଷ୍ପତିକୁ କୁଜଙ୍ଗବାସି ସ୍ୱାଗତ ଜଣେଇ ବାଣ ଫୁଟେଇ ମିଠା ବାଣ୍ଟି ଖୁସି ମନେଇ ଥିଲେ l ସରକାର ବଦଳିବା ପରେ ଇତି ମଧ୍ୟରେ ନୂଆ ସରକାର ନୂଆ ଏନ୍ଏସି ଗଠନ ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିବା ଚର୍ଚ୍ଚା ହେଉଥିବାରୁ ଅଂଚଳ ବାସି ଏନ୍ଏସି ଗଠନ ନେଇ ଖୁସୀ ଥିଲେ l ହେଲେ ଗତ 16 ତାରିଖରେ ନୂଆ ସରକାର ଅଚାନକ 12 ଏନ୍ଏସି ଘୋଷଣା କରିଛନ୍ତି ଓ କୁଜଙ୍ଗ ବାଦ ପଡିଥିବାରୁ ଅଂଚଳରେ ଅସନ୍ତୋଷ ନିଆଁ ଲାଗିଛି l26 ତାରିଖ ଆନ୍ଦୋଳନ ଅବଧି ମଧ୍ୟରେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ,ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ସାଂସଦଙ୍କୁ ମଧ୍ୟ ଅବଗତ କରାଯିବାକୁ ନିଷ୍ପତ୍ତି ହୋଇଛି lଆଜି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମନିନ୍ଦ୍ର ଗୁରୁ , ମନୋଜ ପାତ୍ର ,ପ୍ରିୟମ୍ବଦା ପାଣି ,କୈଳାଶ ଷଢଙ୍ଗୀ , ସୁବାସ ମହାପାତ୍ର ,ଦୁଷ୍ମନ୍ତ ମାଝୀ ,ହୃଷିକେଶ ନାଥ ,ରବୀନ୍ଦ୍ର ନାଥ ,ବିଜୟ ଖଟେଇ ,ଓକିଲ ସଂଘ ନେତା ରଂଜିତ ବିଶ୍ୱାଳ ,ରଂଜିତ ପଣ୍ଡା ,ବିବେକାନନ୍ଦ ଦାସ ,ରାମଦାସ ମହାନ୍ତି ଓ ରଶ୍ମିରଂଜନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ l ତେବେ ନୂଆ ସରକାର ଆସିବା ପରେ କୁଜଙ୍ଗକୁ ଅବହେଳା ଘଟଣା ଏବେ ଜୋର ଚର୍ଚ୍ଚା ପାଲଟିଛି ଓ ଆଗାମୀ ଦିନରେ ଆନ୍ଦୋଳନ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିବ ବୋଲି ଜଣା ପଡିଛି l ଦାବି ପୁରୁଣ ନ ହେଲେ ପ୍ରଶାସନକୁ ଅଚଳ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି l