Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅପରେସନ ପ୍ରହାର , କୁଜଙ୍ଗ ପୋଲିସ୍ ହାତରେ ଜବତ୍ ହେଲା ପୁଣିଥରେ ଧଳା ଜହର। 1

କୁଜଙ୍ଗ , 17/09/2025, ବିକ୍ରମ ଓଡ଼ିଶା ନିୟୁଜ: ଅପରେସନ ପ୍ରହାର , କୁଜଙ୍ଗ ପୋଲିସ୍ ହାତରେ ଜବତ୍ ହେଲା ପୁଣିଥରେ ଧଳା ଜହର।
Article Image
REPOTER- OMM DAS
Article Image
କୁଜଙ୍ଗ ତା ୧୬/୦୯/୨୫ପୁଣିଥରେ କୁଜଙ୍ଗ ପୋଲିସ୍ ର ନୂତନ ସଫଳତା। କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଞ୍ଜିଆକଣ ଛକ ନିକଟରୁ ବ୍ରାଉନ୍ ସୁଗାର ଜବତ୍ , ସହ ୨ ଯୁବକ ଗିରଫ। ବହୁଦିନ ଧରି କୁଜଙ୍ଗ ପୋଲିସ୍ ଏହି ଧଳା ଜହର କାରବାର ଉପରେ ଅପରେସନ ଚଲାଇ ଆସୁଥିଲା। ଆଗରୁ ମଧ୍ୟ ଏହି ଧଳା ଜହର ବହୁ ମାତ୍ରାରେ ଜବତ୍ କରିଥିଲା। ଆଜି ସକାଳ ୭ ଘଟିକା ସମୟରେ କାଞ୍ଜିଆକଣ ଧଳା ଜହର କାରବାର ଖବର ପାଇ କୁଜଙ୍ଗ ପୋଲିସ୍ ର ଏକ ଟିମ୍ ସେଠାରେ ଯାଇ ପହଞ୍ଚିଥିଲା ଏବଂ ସେହି ସେହି ଧଳା ଜହର କାରବାର କରୁଥିବା ଯୁବକଙ୍କୁ ଠାରୁ ପ୍ରାୟ ୧୪ ଗ୍ରାମ୍ ଡକ୍ସ ସହ ଆଠହଜାର ଦଶ ଟଙ୍କା ଓ ୩ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ମୋଟର୍ ସାଇକେଲ୍ ଯାହାର ନମ୍ବର (OD-21E6662) ଜବତ୍ କରିଛି। ସେ ଦୁଇ ଯୁବକଙ୍କୁ ଗିରଫ କରି କୁଜଙ୍ଗ ଥାନାରେ *୩୪୮/୨୫* ଏଣ୍ଟିଗ୍ରେଟେଡ୍ ରେଜିଷ୍ଟ୍ରି କରାଯାଇଛି। ଧଳା ଜହର କାରବାରରେ ଧରା ପଡ଼ିଥିବା ଦୁଇ ଆସାମୀ ହେଲେ ଷଣ୍ଢପୁରର *ମାନସ୍ ସ୍ବାଇଁ* ଓ ବାଗୋଇର *ନବଘନ ଶୁକ୍ଳ*। ଏହି ଘଟଣାର ପୁଣିଥରେ କିଭଳି ପୁନରାବୃତ୍ତି ନହେବ ସେଥିପ୍ରତି ଧ୍ୟାନ ଦେବାକୁ କୁଜଙ୍ଗ ଥାନାର (*ଆଇ.ଆଇ.ସି*) ପ୍ରତିଶ୍ରୁତି ଦେଇଛନ୍ତି।