Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଆଉ ନାହାନ୍ତି ସାଇଲୋ ର ଲୋକ ପ୍ରିୟ ସରପଞ୍ଚ ସରୋଜ କୁମାର ସେଠୀ, 2

ରାହାମା , 17/09/2025, ବିକ୍ରମ ଓଡ଼ିଶା ନିୟୁଜ: ଆଉ ନାହାନ୍ତି ସାଇଲୋ ର ଲୋକ ପ୍ରିୟ ସରପଞ୍ଚ ସରୋଜ କୁମାର ସେଠୀ,==================== ତିର୍ତ୍ତୋଲ-୧୭/୯-(ରିପୋର୍ଟ-ସୁଷମା ସେଠୀ)
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସାଇଲୋ ପଂଚାୟତ ର ସୁଯୋଗ୍ୟ ସନ୍ତାନ ତଥା, ଦକ୍ଷ ସଂଗଠକ, ସମାଜସେବୀ, ଯୁବ ସରପଞ୍ଚ ସରୋଜ କୁମାର ସେଠୀ ଙ୍କ ଅକାଳ ବିୟୋଗ ରେ ସ୍ତବ୍ଧ ହୋଇ ଯାଇଛି ପୁରା ଅଂଚଳ, ଶବାଧାର ରେ ସାମିଲ ଥିଲେ ପଂଚାୟତ ର ଆବାଳ ବୃଦ୍ଧ ବନିତା ଓ ଶତାଧିକ ପୁରୁଷ ଓ ମହିଳା ଙ୍କ ସମେତ ବିଶିଷ୍ଟ ରାଜନେତା ଓ ବ୍ୟକ୍ତି ବିଶେଷ, ଏଭଳି ଦୁଖଃଦ ଖବର ପାଇବା ପରେ ଦୁଃଖ ରେ ଭାଙ୍ଗି ପଡ଼ିଥିଲେ ଅନେକ, ଏପରି ଏକ ଅପୂରଣୀୟ କ୍ଷତି କୁ କେହି ସହ୍ୟ କରି ପାରୁନଥିଲେ, କଲେଜ ଜୀବନ ରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରି ପଂଚାୟତ ର ସରପଞ୍ଚ ହେବା ଭିତରେ ତାଙ୍କର ଲୋକାଭିମୁଖୀ କାର୍ଯ୍ୟ କୁ କେହି ଭୁଲି ପାରିବେ ନାହିଁ, ଆଗକୁ ଅନେକ ସ୍ୱପ୍ନ ତାଙ୍କର ଅଧୁରା ରହିଗଲା,ମୃତ୍ୟୁ କୁ ବି ସେ ହସି ହସି ଗ୍ରହଣ କରି ନେଇଥିଲେ, ମୃତ୍ୟୁ ପରେ ବି ତାଙ୍କର ମୁଖ ରେ ହସ ଦେଖିବାକୁ ମିଳିଥିଲା, ଜଣେ ପରୋପକାରୀ, ସହୃଦୟ ବ୍ୟକ୍ତିତ୍ୱ ହେଉଛନ୍ତି, ସାଇଲୋ ର ଯୁବ ସରପଞ୍ଚ ସରୋଜ କୁମାର ସେଠୀ, ରୋଗ ଶଯ୍ୟା ରେ ସେ ନିଜକୁ ଭୁଲି ପଂଚାୟତ ବାସୀ ଙ୍କ ଭଲ ମନ୍ଦ ପଚାରୁଥିଲେ, ଏଭଳି ବ୍ୟକ୍ତିତ୍ୱ କୁ ହରାଇ ସମସ୍ତ ଅଂଚଳ ବାସୀ ମ୍ରିୟମାଣ ହୋଇ ପଡିଛନ୍ତି, ଶବ ଶୋଭାଯାତ୍ରା ରାହାମା ବଜାର ପରିକ୍ରମା ପରେ ବିଦ୍ୟାଳୟ, ମହାବିଦ୍ୟାଳୟ, ଓ ପରେ ପଂଚାୟତ ର ପ୍ରତି ଗ୍ରାମ ପରିକ୍ରମା କରି ସାଇଲୋ ତେର୍ମାଣପୁର ମଠସାହି ର ପୈତୃକ ଗ୍ରାମ ରେ ଶେଷ କୃତ ସମାପନ କରାଯାଇଛି।ତାଙ୍କର ଶେଷ ଦର୍ଶନ ଦଳ ମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
Article Image
Article Image