Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର, 31/10/2025, ବିକ୍ରମ ଓଡ଼ିଶା ନିୟୁଜ: ( ଝିଅ ନିର୍ଯାତନା ରେ ବିଧବା ମା ଅତିଷ୍ଟ | ମା କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଆଶାବାଡି ସାଜିଛି ବ୍ୟାସ ଫାଉଣ୍ଡେସନ )ଜଗତସିଂହପୁର

ତା=31/10/25ଆମ ସମାଜରେ ବରିଷ୍ଟ ନାଗରିକ ମାନେ ପୁଅ, ବୋହୁ ମାନଙ୍କ ଦ୍ୱାରା ସଦାସର୍ବଦା ନିର୍ଯାତିତ ହେଉଥିବା ନିତିଦିନିଆ ଘଟଣା | ହେଲେ ଏବେ ଝିଅ ପୈତୃକ ସମ୍ପତ୍ତିକୁ ଜୋର ଜବର ଦସ୍ତ ଦଖଲ କରିବା ନିମନ୍ତେ ଏକ ମାତ୍ର ବିଧବା ମା କୁ ଶାରୀରିକ, ମାନସିକତା ନିର୍ଯାତତା ଦେବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି | ହଁ ଦର୍ଶକ ବନ୍ଧୁ ଏଭଳିଏକ ହୃଦୟ ବିଦାରକ ଘଟଣା ଘଟିଛି ଏରସମା ଥାନା ଅନ୍ତର୍ଗତ ଜପା ନିକଟସ୍ଥ ଧୋବେଇ ଗ୍ରାମରେ | ସେହି ଗ୍ରାମର ବିଧବା ମା ସୁଷମା ମଣ୍ଡଳ ଅନେକ ଦିନ ହେବ ସ୍ୱାମୀ ଶକ୍ତିପଦଙ୍କୁ ହରାଇ ଦୁଃଖ କଷ୍ଟେ ପର ଘରେ କାମ ଧନ୍ଦା କରି ଦୁଇ ଝିଅ ଙ୍କୁ ଅନ୍ୟତ୍ର ବିବାହ ଦେଇଥିଲେ | ଦେଲେ ଝିଅ ସଞ୍ଜୁ ମଣ୍ଡଳ ନିକଟରେ ପ୍ରଥମ ସ୍ୱାମୀ ଙ୍କୁ ହରାଇବା ପରେ ଜପା ଗ୍ରାମର ପ୍ରଣବ କୁ ଦ୍ୱିତୀୟ ବିବାହ କରିଥିଲେ | ତାହାପରେ ବଳ ପୂର୍ବକ ସଞ୍ଜୁ ବିଧବା ମା ସୁଷମା ମଣ୍ଡଳ ଙ୍କ ପାଖରେ ରହିବା ସହିତ ସଞ୍ଜୁ ଙ୍କ ନାମରେ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ରେଜେଷ୍ଟି କରିବାକୁ ବାଧ୍ୟ୍ୟ କରୁଥିଲେ |ଏଥିରେ ବିଧବା ମା ସୁଷମା ରାଜି ନହେବାରୁ ସଞ୍ଜୁ ନିସ୍ତୁକ ମାଡ଼ ମାରିବା ସହିତ ଘରୁ ତଡି ଦେବାକୁ ଉଦ୍ୟମ କରିବା ସମୟରେ ଗ୍ରାମର ମହିଳା ମାନେ ବିଧବା ମା ସୁଷମା କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଏରସମା ଥାନା ରେ ମାମଲା ରୁଜୁ କରିବା ସହିତ ଜ଼ିଲ୍ଲା ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବ୍ୟାସ ଫାଉଣ୍ଡେସନ ଅଧକ୍ଷା ସେହ୍ନମୟୀ ଆଚାର୍ଯ୍ୟ ଙ୍କୁ ସମସ୍ତ ଘଟଣା ଅବଗତ କରିଥିଲେ | ବରିଷ୍ଟ ନାଗରିକ ମାନଙ୍କ ର ଆଶାବାଡ଼ି ସାଜିଥିବା ବ୍ୟାସ ଫାଉଣ୍ଡେସନ ଅଧକ୍ଷା ସେହ୍ନମୟୀ ଶେଷରେ ବୃଦ୍ଧା ବିଧବା ମା ସୁଷମା କୁ ନ୍ୟାୟ ପ୍ରଦାନ ନିମନ୍ତେ ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ବୃଦ୍ଧା ମା ସୁଷମା ଙ୍କୁ ଆଇନିଗତ ସହାୟତା ଯୋଗାଇଦିଆଯିବ ବୋଲି ଉପ ଜ଼ିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ