Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନିରାକାରପୁର, 31/10/2025, ବିକ୍ରମ ଓଡ଼ିଶା ନିୟୁଜ: ଜଂକିଆ ପୋଲିସ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣ ଦୌଡ ଓ ବିଭିନ୍ନ ପ୍ରତିଯୋଗିତାନିରାକାରପୁର,୩୧/୧୦(ନିପ୍ର): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ପୋଲିସ ତରଫରୁ ଏକ ଗଣ ଦୌଡ ସରପାରୀ ସ୍ଥିତ ଆଇଏନଏମଟି ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବାବେଳେ ଜଂକିଆ ସ୍ଥିତ ଆଇପିଏସ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଆଜି ସକାଳ ୮ ଘଟିକା ସମୟରେ ଆଇଏନଏମଟି ଇଞ୍ଜିନିୟରିଂ କଲେଜ ପରିସର ରୁ ଛାତ୍ରଛାତ୍ରୀ ମାନେ ସମୂହ ଗଣ ଦୌଡ ରେ ବାହାରିଥିଲେ। ଏହି ଗଣ ଦୌଡକୁ ଜଂକିଆ ଥାନାର ଆଇଆଇସି ସୁଶାନ୍ତ କୁମାର ବେହେରା ଓ କଲେଜ ନିର୍ଦ୍ଦେଶକ ଅମ୍ବିକା ପଟ୍ଟନାୟକ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କଲେଜ ଅଧକ୍ଷା ଡ ଅଭିଷ୍ପା ମହାନ୍ତି, ସ୍ନିଗ୍ଧା ଏସ କର, ସଂଗ୍ରାମ କେଶରୀ ପରିଡ଼ା, ବିଜନ ଚନ୍ଦ୍ର ବେହେରା, ବିଜୟ କୁମାର ଜି, ପ୍ରବେଶ କୁମାର ଦାଶ, ଅମ୍ରିତ ଉଦୟସିଂ, ରୋଜାଲିନ ମହାରଣା, ଏ ଭଗ୍ୟଶ୍ରୀ ପାତ୍ର, ସୁମିତ୍ରା ଷଡ଼ଙ୍ଗୀ, ଅଲିଭା ଭୋଳ, ସନ୍ଦୀପ ବିଶ୍ବାଳ, ଉପାସନା ଗୟା, ପ୍ରିୟଙ୍କା ସାମଲ, ପ୍ରଦୀପ୍ତ ରାଉତ,ସସ୍ମିତା ପୃଷ୍ଟି ଓ ମୋନାଲିସା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ସେହିପରି ଜଙ୍କିଆସ୍ଥିତ ଆଇପିଏସ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ନିଜେ ଆଇଆଇସି ଶ୍ରୀ ବେହେରା ପରିଚାଳନା କରିଥିବାବେଳେ ଏସ ଆଇ କେଶବ ବେହେରା, ଏ ଏସ ଆଇ ପ୍ରମୋଦ କୁମାର ଦଳେଇ ଓ ବିଦ୍ୟାଧର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ