Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଗଭୀର ଖଣି ଖନନ ନେଇ ଏନ୍‌ଜିଟିରେ ମାମଲା କ୍ଷେତ୍ର ପରିଦର୍ଶନ କଲେ ପାଞ୍ଚ ଜଣିଆ ଟିମ। 2

ଖୋଦ୍ଧା, 31/10/2025, ବିକ୍ରମ ଓଡ଼ିଶା ନିୟୁଜ: ଗଭୀର ଖଣି ଖନନ ନେଇ ଏନ୍‌ଜିଟିରେ ମାମଲା କ୍ଷେତ୍ର ପରିଦର୍ଶନ କଲେ ପାଞ୍ଚ ଜଣିଆ ଟିମ।
Article Image
ଖୋଦ୍ଧା ଜିଲ୍ଲା ଖୋର୍ଦ୍ଧା ତହସିଲ ନିଜିଗଡ଼ ତାପଙ୍ଗସ୍ଥିତ ଡୁବୁରି କଳା ମୁଗୁନି ପଥର ଖଣିକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ରେ ମାମଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବାଏହି ପଥର ଖଣିକୁ ନୀତି ନିୟମ ଉଲଂଘନ କରି ଖୋଳାଯାଉଛି । ପୂର୍ବ ସରକାରଙ୍କ ସମୟରେ ଦିଆ ଯାଇଥିବା ଖଣିକୁଲିଜଧାରୀ ମାଫିଆମାନେ ସରକାରଙ୍କ ନିତୀ ନିୟମକୁ ଉଲଘଂନ କରି ଲୁଟି ଚାଲିଛନ୍ତି।ଭୂମି ପତନଠାରୁ ଯଥେଷ୍ଟ ଅଧିକ ଗଭୀର ଖଣି ଖନନ ସରିଲାଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ମନୋରଞ୍ଜନ କଳସ ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନ୍‌ଜିଟି) ଙ୍କ ଦ୍ବାରସ୍ଥ ହୋଇଛନ୍ତି।ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ଖଣିର ପରିବେଶ ମଞ୍ଜୁରୀକୁ ବାତିଲ୍ କରିବା ସହିତ ଅଧିକ ଖଣି ଖନନ ଜନିତ ପରିବେଶ ପ୍ରଦୂଷଣ କ୍ଷୟକ୍ଷତି ଆକଳନ କରି ଦଣ୍ଡ ବିଧାନ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି I ନିଜିଗଡ଼ ତାପଙ୍ଗ ଅଞ୍ଚଳରେ ଡୁବୁରି ନ୍ୟୁ ବିଲ୍‌ଡିଂ ଷ୍ଟୋନ୍ କ୍ୱାରୀ ରହିଛି । ଖାତା ନମ୍ବର ୮୩୨/୧ର ପ୍ଲଟ୍ ନମ୍ବର ୯୪୪ର ମୋଟ୍ ୬.୭୨୦ ଏକର ଜମିରେ ଏ ଖଣିକୁ ଲିଜ୍ ଦିଆଯାଇଛି। ୨୦୨୧ ମସିହାରେ ଏହି ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଦିଆଯାଇଥିଲା।ପୂର୍ବରୁ ଲୁଚାଛପାରେ ଏହି ଖଣିରୁ ଖନନ ଚାଲିଥିଲା। ଲିଜ୍‌ ଦେଲା ପରେ ସମ୍ପୃକ୍ତ ଅଞ୍ଚଳରେ ଖଣି ଉତ୍ତୋଳନ ଆହୁରି ଅଧିକ ବଢିଛି।ଖଣି ଖନନକୁ ସ୍ଥାନୀୟ ନିଜିଗଡ଼ ତାପଙ୍ଗ ଏବଂ ମଳିପଡ଼ା ଗାଁ ର ଲୋକେ ବିରୋଧ କରିଛନ୍ତ I ଖଣି ଖନନ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ପଥର ବ୍ଲାଷ୍ଟି ଯୋଗୁଁ ଶବ୍ଦ ପ୍ରଦୂଷଣ ଉଚ୍ଚ ହୋଇଛି ଗାଈଗୋରୁ ମାନେ ଖଣିରେ ପଡି ମୃତ୍ୟୁବରଣ କରୁଛନ୍ତି ଏବଂ ପଥର ବ୍ଲାଷ୍ଟି ଯୋଗୁଁ ଲୋକଙ୍କ ଘର ଦ୍ଵାର ଫାଟି ଯିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତିପୂର୍ବରୁ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଜିଲା ପ୍ରଶାସନ ଅଭିଯୋଗକୁ ବିଚାରକୁ ନେଇନାହାନ୍ତି।ମାମଲା ଏବେ ଏନ୍‌ଜିଟିକୁ ଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଖଣି ଖନନ ନିୟମ ପତନରୁ ଠାରୁ ବହୁ ଗଭୀର ଖୋଳା ସରିଛି । ତାପଙ୍ଗ ଅଞ୍ଚଳର ହାତୀଆ ମୁଣ୍ଡିଆ ବିପଦକୁ ଆମନ୍ତ୍ରଣ କରୁଛି।ଏନଜିଟିରେ ମାମଲା ରୁଜୁ ହେବା ପରେ ମାମଲାର ବିଚାର ପାଇଁ ଟ୍ରିବ୍ୟୁନାଲ ପାଞ୍ଚ ଜଣିଆ କମିଟି ଗଠନ ହୋଇଛି । କମିଟିରେ ରାଜସ୍ୱ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଶ୍ରୀମନ୍ଦିର ପ୍ରଶାସନ, ସିଆ କର୍ତ୍ତୃପକ୍ଷ ଓ ରାଜ୍ୟ ଖଣି ଉପ ନିର୍ଦ୍ଦେଶାଳୟକୁ ସାମିଲ୍ ହୋଇ କ୍ଷେତ୍ର ପରିଦର୍ଶନ କରିଛନ୍ତି।ଖଣିକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Article Image
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ