Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପରିତ୍ୟକ୍ତ ପୋଖରୀରୁ ମୃତ୍ୟୁ ଦେହ ଉଦ୍ଧାର। 1

ସିମୁଳିଆ, 14/06/2025, ବିକ୍ରମ ଓଡ଼ିଶା ନିୟୁଜ: ପରିତ୍ୟକ୍ତ ପୋଖରୀରୁ ମୃତ୍ୟୁ ଦେହ ଉଦ୍ଧାର।..............................................
Article Image
ସିମୁଳିଆ 14/6 ବିବରଣୀରୁ ପ୍ରକାଶ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡା ଗ୍ରାମର ବୁଦ୍ଧିରାମ ଦାଶ ଙ୍କ ପୁତ୍ର ବସନ୍ତ ଦାଶ ଗତ କାଲି ଉପର ଉଳି ବର୍ଷା ହେବା ପରେ ଘରୁ ବାହାରି ଆସିଥିଲା. ଆଉ ଘରକୁ ଫେରିନଥିଲା.ତାପରଦିନ ଅଞ୍ଚଳ ବାସି ଦେଖିଥିଲେ ଅଡା କେନାଲ ରୁ 200 ମିଟର ଦୂରରେ ଥିବ ଏକ ପଦ୍ମ ପୋଖରୀ ରେ ପାଣିକୁ ଲାଗି ପଡିଥିବାର ଦେଖିଥିଲେ. ବସନ୍ତ ଦାଶ ଗୋଡ଼ ଓ କାନର ରକ୍ତ ବାହାରି ଥିବର. ଅଞ୍ଚଳ ବାସି ସଙ୍ଗେ ସଙ୍ଗେ ଅଞ୍ଚଳ ବାସି 108 ଯୋଗେ ମୃତ୍ୟୁ ଦେହକୁ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ. ସେଠାରେ କାର୍ଯ୍ୟରତ ଡାକ୍ତର ମୃତ୍ୟୁ ଘୋଷଣା କରି ସିମୁଳିଆ ପୋଲିସ ରିପର୍ଟ କରିଥିଲେ. ପୋଲିସ ସେଠାରେ ପୋଲିସ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ. ମୃତ୍ୟୁ ର କାରଣ ଜଣାପଡିନାହିଁ. ପୋଷ୍ଟମେଟମ ରିପର୍ଟ ଆସିଲେ ମୃତ୍ୟୁ ର କାରଣ ଜଣାପଡିବ. ପୋଲିସ ଅଧିକ ତଦନ୍ତ ଜାରି ରଖିଛି.