Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ( ଯଂକୋଟି ପଞ୍ଚାୟତରେ କରିତକର୍ମ ଯନ୍ତ୍ରୀ ଏବଂ GRS ଙ୍କ ନେତୃତ୍ୱ ରେ ମୁଣ୍ଡ ବଦଳରେ ଶୁଣ୍ଡ କରୁଛି କାମ )ଜଗତସିଂହପୁର

ତା =18/6/25କେନ୍ଦ୍ର ଓ ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ର ରାଜୁତି ଚାଲିଛି | ଦୁର୍ନୀତି କୁ ନୀତି କରି ସରକାରୀ ଅଧିକାରୀ, କୁଜି ରାଜନେତା ଦଳମତ ନିର୍ବିଶେଷରେ ସରକାରୀ ଅର୍ଥ ଲୁଟି ନେବାକୁ କ୍ରମାଗତ ଭାବେ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି |ସବୁ ଜାଣି ସରକାରୀ ଅଧିକାରୀ କୁଜି ରାଜନେତା ଙ୍କ ଇସାରାରେ ଦୁର୍ନୀତି ର ଚରମସୀମା ଲଙ୍ଘିଛନ୍ତି |ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି ଜଗତସିଂହପୁର ବ୍ଲକ ଯଂକୋଟି ପଞ୍ଚାୟତ ରେ |ଏହି ପଞ୍ଚାୟତ ରେ ଚଳିତ ବର୍ଷ ସାଗଧୁଆ କେନାଲ ବନ୍ଧ ଠାରୁ କୋରକର ମସାଣି ରାସ୍ତା | ଯଂକୋଟି ପୋଲ ଠାରୁ ଗୋବରୀ ନଦୀବନ୍ଧ ରାସ୍ତା | ଯଂକୋଟି ଗ୍ରାମ୍ୟ ମସାଣି ସମତୁଲ | ବଳରାମ ପୁର ଅରଣା ଠାରେ ଗୋବରୀ ପୋଲ ପାର୍ଶ୍ୱରେ ଅମ୍ବୃତ ସରୋବର ଯୋଜନାରେ ପୋଖରୀ ଖନନ | ମୋ ପୋଖରୀ ଯୋଜନାରେ ରମେଶ ନାୟକ, ଶ୍ରୀ ଧର ସେଠୀ, ପ୍ରସନ୍ନ ଜେନା, ଆଦି ବ୍ୟକ୍ତି ଙ୍କର ପୋଖରୀ ଖାନନ ଆଦି ଦଶ କୋଟି ରୁ ଉର୍ଦ୍ଧ ଟଙ୍କା ର ଉନ୍ନୟନ ମୂଳକ କାର୍ଯ୍ୟ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି |ଗୋଟିଏ ବି ସ୍ଥାନରେ ସୂଚନା ଫଳକ ନିର୍ମାଣ କରାଯାଇନାହିଁ କି ବିଭାଗୀୟ ଯନ୍ତ୍ରୀ, GRS କାର୍ଯ୍ୟ ତଦରକ କରିନାହାନ୍ତି |ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଶ୍ରମଜିବି ଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନରେ କୌଣସି ଗୋଟିଏ ବି ସ୍ଥାନରେ ମେସିନ ସହାୟତା ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରାଯିବ ନାହିଁ | ଯେ ନିୟମ ଉଲଂଘନ କରିବ ତାଙ୍କ ବିରୋଧ ରେ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫମ୍ପା ନିର୍ଦେଶ ଦେଇଥିଲେ |ପ୍ରତ୍ୟେକ ଶ୍ରମିକ ଙ୍କୁ ଶହେ ଦିନର ଗ୍ୟାରେଣ୍ଟି କାମ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ | ହେଲେ ଦୁଃଖ ଓ ପରିତାପର ବିଷୟ ଏହି ନିର୍ଦେସାନାମା କେବଳ କାଗଜ କଲମ ରେ ହିଁ ରହିଗଲା | ବାସ୍ତବ କ୍ଷେତ୍ରରେ ଯଂକୋଟି ପଞ୍ଚାୟତ ରେ ଦିବା ରାତି ମୁଣ୍ଡ ବଦଳ ରେ ଶୁଣ୍ଡ ରେ ଦଶ କୋଟି କୋଟି ଟଙ୍କା ର ବେଆଇନି କାର୍ଯ୍ୟ ବିଭାଗୀୟ ଯନ୍ତ୍ରୀ, ଜି ଆର ଏସ ଙ୍କ ପରାମର୍ଶ ରେ କରାଗଲା | ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କଲେ ମଧ୍ୟ୍ୟ ଅଭିଯୋଗ କୁ ବଳପୁର୍ବକ ଚାପି ଦିଆଗଲା |ଗଣ ମଧ୍ୟ୍ୟମ ପ୍ରତିନିଧି ଏ ସମ୍ପର୍କ ରେ ବିଭାଗୀୟ ଯନ୍ତ୍ରୀ ଏବଂ GRS ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ ତାଙ୍କ ପାଖରେ କୈଣସି ସୂଚନା ନ ଥିବା ପ୍ରକାଶ କରିଥିଲେ |ହେଲେ ବିଭାଗୀୟ ଯନ୍ତ୍ରୀ ଏବଂ GRS ଚଞ୍ଚକତା କରି ସମସ୍ତ କାର୍ଯ୍ୟର ବିଲ କରିବାକୁ ମସୁଧା ଚଳାଇଛନ୍ତି |ଏହା ର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ