Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କେନ୍ଦୁଝର, 05/11/2025, ବିକ୍ରମ ଓଡ଼ିଶା ନିୟୁଜ: କେନ୍ଦୁଝର ୩.୧୧.୨୦୨୫କେନ୍ଦୁଝର (ପ୍ରତିନିଧି ନିର୍ମଳ ସେଠୀ) ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଝର ରେ ଆଜି ଏକ ନିଆରା ଉତ୍ସବ ପାଳନ କରାଯାଇଛି। ବାର୍ଷିକ କୌଶଳ ପ୍ରଦର୍ଶନ ଉତ୍ସଵ ପାଳନ କରାଯାଇଛି। ଧରଣୀଧର ବିଶ୍ୱ ବିଦ୍ୟାଳୟ ର କୁଳସଚିବ ସୁଶ୍ରୀ ପ୍ରଭାତୀ ପୃଷ୍ଟି ଙ୍କ ସହ ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଡକ୍ଟର ପ୍ରକାଶ ଚନ୍ଦ୍ର ପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନିଆରା ରୂପରେ ପିଲା ମାନେ ସମସ୍ତେ ସମସ୍ତଙ୍କର ପ୍ରୋଜେକ୍ଟ ଗୁଡ଼ିକ କୁ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଧନ୍ଦାମୂଳକ ଶିକ୍ଷା ବିଭାଗ ର ମୂଖ୍ୟ ମୋହନ କୁମାର୍ ନାୟକ ଓକନଷ୍ଟ୍ରକସନ ଶିକ୍ଷକ ରାଜୀବ ଲୋଚନ ଜେନା ଏହି ପ୍ରତିଯୋଗିତା କୁ ଆୟୋଜନ କରିଥିଲେ । ଆଦିତି ସାହୁ ଅଟୋମୋଟିଭି ରେ ପ୍ରଥମ ଓ ଶତାବ୍ଦୀ କନଷ୍ଟ୍ରକସନ ର ପ୍ରଥମ ପୁରସ୍କାର ଲାଭ କରିଲେ। ଧରଣୀଧର ବିଶ୍ଵ ବିଦ୍ୟାଳୟ ର ଅଧ୍ୟାପକ ରାଜେନ୍ଦ୍ର କର , ଅନୁପମା ଦାସ, ସଲ୍ମା କିସ୍କୁ , ଭାରତୀ ମୁଣ୍ଡା, ସୁଲଗ୍ନା ସାହୁ, ରଶ୍ମିତା ନାୟକ ଅତିଥି ଭାବେ ଯୋଗଦେଇ ସଭାକୁ ସଫଳ କରିଥିଲେ । ପିଲା ମାନେ ଏହି ଉତ୍ସବ ରେ ବାହୁ ସବୁ ନୂତନ ଶିକ୍ଷ୍ୟା ପ୍ରାପ୍ତ କରିଲେ ଯାହା ଭବିଷ୍ୟତ କୁ ତାଙ୍କର କାମରେ ଆସିବ ।