Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ l 1

ତିର୍ତ୍ତୋଲ, 20/11/2025, ବିକ୍ରମ ଓଡ଼ିଶା ନିୟୁଜ: ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ lମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ l
Article Image
ତିର୍ତ୍ତୋଲ-୨୦/୧୧-(ରିପୋର୍ଟ-ସୁଷମା)ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ପି.ଏମ ଶ୍ରୀ ସରକାରୀ ଉଚ୍ଚ ବିଦାୟଳ ଜଗନ୍ନାଥପୁର ତିରଣ ଠାରେ ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ବିଦ୍ୟାଳୟର ଭାରପ୍ରାତ ପ୍ରଧାନ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ଉତ୍ସବ ଆୟୋଜିତ ହୋଇଥିଲ l ବ୍ଲକ ବିଜ୍ଞାନ ସମନ୍ୱୟ କମିଟିର ସମ୍ପାଦକ ଶ୍ରୀ କମଳ ପଣ୍ଡା ଏହି ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ମଣ୍ଡଳ ଶିକ୍ଷା ଅଧିକାରୀ ମନୋଜ କୁମାର ବେହେରା ଙ୍କ ନିର୍ଦେଶ ରେ ସମସ୍ତ କାର୍ଯ୍ୟ କରାଯାଇଥିଲା l ଏହି ଉତ୍ସବ ରେ ତିର୍ତୋଲ ମଣ୍ଡଳର ବରିଷ୍ଟ ଶିକ୍ଷକ ଶ୍ରୀ ଯୁକ୍ତ ବାବୁଲି ସ୍ୱାଇଁ ଯୋଗ ଦେଇଥିଲେ l ବିଦ୍ୟାଳୟ ର ବରିଷ୍ଟ ଶିକ୍ଷକ ଶ୍ରୀ ଯୁକ୍ତ ଅଭୟ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ l ସ୍ଥାନୀୟ ସି. ଆର. ସିସି ଶ୍ରୀ ସୁଶାନ୍ତ କୁମାର ବେହେରା ଛାତ୍ରଛାତ୍ରୀ ମାନଙ୍କର ପ୍ରତିଯୋଗିତା ମନଭାବ କୁ ସାଧୁବାଦ ଜଣାଇଥିଲେ l ଏହି କୁଇଜ ପ୍ରତିଯୋଗିତା ଉପ କନିଷ୍ଟ କନିଷ୍ଟ ତଥା ବରିଷ୍ଟ ଏହି ପରି ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା l ତିର୍ତୋଲ ବ୍ଲକର ସମସ୍ତ ବିଦ୍ୟାଳୟ ରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ ପିଲା ଏହି ପ୍ରତିଯୋଗିତା ରେ ଭାଗ ନେଥିଲେ l କୁଇଜ ପ୍ରଶ୍ନ ତିଆରି କରିବା ତଥା ପ୍ରତିଯୋଗିତା ସଂଚାଳନ କରିବାରେ ପ୍ରସନ୍ନ କୁମାର ବିଶ୍ୱାଳ, ଶ୍ରୀ ରଂଜନ କୁମାର ପ୍ରଧାନ,ଆନନ୍ଦ ସାଗର ପଣ୍ଡା,ଶିବ ଶଙ୍କର ସାମଲ,ପ୍ରତାପ ଚନ୍ଦ୍ର ଦାସ,ଦୀପକ କୁମାର ବିଶ୍ୱାଳ,ପ୍ରତାପ କୁମାର ସାହୁ,ରାକେଶ କୁମାର ଖଟୁଆ,ଚିତ୍ତରଞ୍ଜନ ଦାସ,ଶୁଭଲଷ୍ମୀ ବୋଡ଼ିକିଆ,ଆଲୋକ ମହାପାତ୍ର,ମଧୁସ୍ମିତା ମହାନ୍ତି,ଶୁଭସ୍ମିତା ତରାଇ,ସ୍ମୃତିରଞ୍ଜନ ନାୟକ,ସୁଶାନ୍ତ କୁମାର ବେହେରା,ପ୍ରମୁଖ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l
Article Image