Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର, 21/11/2025, ବିକ୍ରମ ଓଡ଼ିଶା ନିୟୁଜ: ରାସ୍ତା ନବୀକରଣ ପାଇଁ ଶୁଭ ଦେଲେ ବିଧାୟକ।ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଗାଁ ଗହଳି ରେ ନିର୍ମାଣ କରାଯାଇଥିବା ରାସ୍ତା ଗୁଡ଼ିକ ମରାମତି ହେଉ ନଥିବାରୁ ଏବେ ମରଣ ଜନ୍ତା ପାଲଟିଛି।ଗ୍ରାମାଞ୍ଚଳ ର ଜନସାଧାରଣଙ୍କ ଗମନା ଗମନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସଡ଼କ ନିର୍ମାଣ କରାଯାଇଥିଲା।ମରାମତି ଅଭାବରୁ ରାସ୍ତା ଗୁଡ଼ିକ ଏକ ପ୍ରକାର ଖାଲ ଖମାରେ ପରିଣତ ହେଲାଣି।ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତା ଗୁଡ଼ିକ ମରାମତି ହେଉନଥିବାରୁ ଜନସାଧାରଣ ଯାତାୟାତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ବାଅଣ୍ଡେଇ ସାହି ପଞ୍ଚାୟତ ର ମହିରା ଠାରୁ ସାଇଣ୍ଟୋ କୁ ଯାଇଥିବା ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା।ମରାମତି ଅଭାବରୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯିବାରୁ ସ୍ଥାନୀୟ ଅଂଚଳ ବାସି ଙ୍କ ଯାତାୟତରେ ଅସୁବିଧା ହେବାସହିତ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିଲା।ଏହି ରାସ୍ତାର ମରାମତି ନିମନ୍ତେ ସ୍ଥାନୀୟ ଲୋକମାନେ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ରାସ୍ତାର ନବୀକରଣ ନିମନ୍ତେ 5କୋଟି 53 ଲଖ୍ୟ ଟଙ୍କା ମଂଜୁର କରାଯାଇ ବିଧାୟକଙ୍କ ଦ୍ୱାରା ଶୁଭ ଦିଆ ଯାଇଛି।ଏହି ରାସ୍ତାର ନବୀକରଣ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ନଡ଼ିଆ ବାଡେଇ ଶୁଭାରମ୍ଭ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିମା ମହାନ୍ତି, ସମିତି ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତରାୟ, ସମାଜସେବୀ ବିନୟ କାନୁନଗୋ,ଯୁବନେତା ଜୁବୁଲା ରାୟ, ଗ୍ରାମ୍ୟ ଉନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅନିରୁଦ୍ଧ ଦୋରା, ସାରଦା ପରିଡା ଜୟ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ