Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଧ୍ୟାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ 1

ନାଉଗାଁ, 22/11/2025, ବିକ୍ରମ ଓଡ଼ିଶା ନିୟୁଜ: ବିଧ୍ୟାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନନାଉଗାଁ, ୨୨/୧୧ ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧ୍ୟାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଜାମୁଗାଁ ପଞ୍ଚାୟତରେ ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଜନ ପକ୍ଷରୁ କାଳିଓ ନନ୍ଦିଗ୍ରାମ ଓ ପେଣ୍ଟାଲୁଜା ଚକୁଳୀପଡା ରାସ୍ତାର ନବୀକରଣ ପୂତବିଭାଗ ଅଧୀନ ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ପକ୍ଷରୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିସରରେ ସରକାରୀ ଚିକିତ୍ସକଙ୍କ ବାସଗୃହ ଏବଂ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଗୃହ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ୧ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ବାଇଁ, ସମାଜସେବୀ ସମୀର ନାୟକ, ପୃଥିରାଜ୍ ଲେଙ୍କା, ଯୁବକର୍ମୀ ତାପସ ଦାସ, ଦେବୀପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଥିବାବେଳେ ଶତାଧିକ ବିଜେପି କର୍ମୀ ମାନେ ମାନ୍ୟବର ବିଧାୟକଙ୍କୁ ସ୍ଥାନୀୟ ମୁଣ୍ଡାଳ ବଜାର ଠାରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଉକ୍ତ ସ୍ଥାନ ଗୁଡ଼ିକୁ ନେଇଥିବା ଦେଖିବାକୁ ମିଳିଥିଲା।
Article Image
Article Image