Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତ୍ତୋଲ, 22/11/2025, ବିକ୍ରମ ଓଡ଼ିଶା ନିୟୁଜ: ମା ଶାରଳା କ୍ରିକେଟ ଟ୍ରୁର୍ନାମେଣ୍ଟ - ବାଲିକୁଦା ଚମ୍ପିୟାନ

ତିର୍ତ୍ତୋଲ ୨୨ /୧୧-(ରିପୋର୍ଟ-ସୁଷମା)- ତିର୍ତ୍ତୋଲ ସ୍ଥିତ ଲକ ନିକଟ ମହାନଦୀ ପଠା ପାଳନ୍ଦା ଖେଳ ପଡିଆରେ ମା ଶାରଳା କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାଲିକୁଦାର ମା ଥାନପତି କ୍ରିକେଟ ଟିମ୍ ଚମ୍ପିୟାନ ବିବେଚିତ l ଫର୍ମାଟ ଅନୁଯାଇ ଯେଉଁ ଟିମ ୨ ଟି ମ୍ୟାଚ ବିଜୟ ଲାଭ କରିବ ଫାଇନାଲ କୁ ଉତୀର୍ଣ୍ଣ ହେବ ଚମ୍ପିୟାନ ହେବାପାଇଁ ନିଆଯାଇଥିଲା l ଫାଇନାଲ ମ୍ୟାଚ ଟି ଆଳିପିଙ୍ଗଳ ତ୍ରିନାଥ କ୍ରିକେଟ ଟିମ ଓ ବାଲିକୁଦା ର ମା ଥାନପତି କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ଇନିଂସରେ ଆଳିପିଙ୍ଗଳ ଟସ ଜିତ ୮ ଓଭରରେ ୫୧ ରନ ସଂଗ୍ରହ କରିଥିବାବେଳେ ବାଲିକୁଦା ୮ ଓଭର ଖେଳି ବିଜୟ ଲାଭ କରିଥିଲେ l ଦ୍ୱିତୀୟ ଇନିଂସ ରେ ଆଳିପିଙ୍ଗଳ ତ୍ରିନାଥ କ୍ରିକେଟ ଟିମ ୮ ଓଭର ଖେଳି ୯୮ ରନ ସଂଗ୍ରହ କରିଥିବାବେଳେ ବାଲିକୁଦା କ୍ରିକେଟ ଟିମ ୯୨ ରନ କରି ପରାଜୟ ହୋଇଥିଲା l ତୃତୀୟ ଇନିଂସ ରେ ଆଳିପିଙ୍ଗଳ ତ୍ରିନାଥ କ୍ରିକେଟ ଟିମ୍ ୩ ଓଭର ଖେଳି ୨ ଉଇକେଟ ରେ ୧୯ ରନ ସଂରହ କରିଥିବାବେଳେ ଆଳିପିଙ୍ଗଳ ମା ଥାନପତି କ୍ରିକେଟ ଟିମ୍ ୨ ଓଭର ଖେଳି ୨୦ ରନ ସଂଗ୍ରହ ବିଜୟ ହୋଇ ଚମ୍ପିୟାନ ହୋଇଥିଲା l ଫାଇନାଲ ମ୍ୟାଚରେ ଅନୁଷ୍ଠାନର ସଭାପତି ବିମଳକାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ମ୍ୟାଚରେ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ଃ. ରମାକାନ୍ତ ଭୋଇ, ଜ଼ିଲ୍ଲାପରିଷଦ ରଞ୍ଜିତା ସିଂହ, ଜ଼ିଲ୍ଲାପରିଷଦ ସୁନୀଲ ବେହେରା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ପୁରସ୍କାର ବିତରଣ ଉତ୍ସବ ରେ ଜ଼ିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ଅଶ୍ୱିନୀ ଦାସ, ଯୁବସଂଗଠକ ତଥା ପଟିଲୋ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ, ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ ଯୋଗଦେଇ ଚମ୍ପିୟାନ ଟିମ୍ କୁ ଚମ୍ପିୟାନ ଟ୍ରଫି ୫୦ ହଜାର ଅର୍ଥ ରାଶି ଓ ରନର୍ସ ଅପ ଟିମ୍ କୁ ଟ୍ରଫି ଓ ୩୦ ହଜାର ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ l ଏହି ମ୍ୟାଚ କୁ ଏସ କେ ଆସିଫ ଅଲ୍ଲୀ ଙ୍କ ଦ୍ୱାରା ସିଧା ପ୍ରସାରଣ କରାଯାଇ ଦର୍ଶକ ମାନଙ୍କୁ ଆହୁରି ଆକୃଷ୍ଟ କରୁଥିଲା l ଆମ୍ପେୟାର ଭାବେ ରଶ୍ମି ରଞ୍ଜନ ମିଶ୍ର, ସମୀର ବିଶୋଇ, ବିକ୍ରମ ରାୟ, କାର୍ତ୍ତିକ ଲେଙ୍କା, ଖେଳ ପରିଚାଳନା କରିଥିଲେ l ଭାଷ୍ୟକାର ଭାବେ ଇମିତିଆଜ ଅଲ୍ଲୀ, ପୃଥ୍ୱୀ ରଞ୍ଜନ ଖେଳର ସମସ୍ତ ବିବରଣୀ ପ୍ରଦାନ କରିଥିଲେ l ମା ଶାରଳା କ୍ରିକେଟ ଆସୋସିଏସନର ଦେବୀ ପ୍ରସାଦ ରାୟ, ବିପ୍ଳବ ରାୟ, ଅନିଲ ଭୋଳ, ବିବେକ ମହାନ୍ତି, କୁମାର ମହାପାତ୍ର, ସନ୍ତୋଷ କୁମାର ନାଥ, ଶିବୁ ମହାପାତ୍ର, ଅଜୟ ରାଉତ, ବଦ୍ରି ନାରାୟଣ ଦାସ, ଲିଟା ରାୟ ଙ୍କ ସମେତ ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ l


