Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବର୍ଷାରେ ଭୁଷୁଡି ପଡିଲା ଝାଟିମାଟି ଚା ଳ କୁଡିଆ ଘର ଅଳ୍ପକେ ବର୍ତ୍ତିଗଲେ ଅସହାୟା ଗୀତା ଦାସ 2

ତିର୍ତୋଲ, 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ବର୍ଷାରେ ଭୁଷୁଡି ପଡିଲା ଝାଟିମାଟି ଚା ଳ କୁଡିଆ ଘର ଅଳ୍ପକେ ବର୍ତ୍ତିଗଲେ ଅସହାୟା ଗୀତା ଦାସତିର୍ତ୍ତୋଲ-୧୮/୬-(ରିପୋର୍ଟ-ଟୁକନ ସେଠୀ)- ବିପଦ ଯଦି ଆସେ ତାର ଭାଇ ବନ୍ଧୁ ଙ୍କୁ ସାଙ୍ଗରେ ନେଇ ଆସେ। ମାତ୍ର ୬ ମାସ ପୁର୍ବରୁ ଦିନମଜୁରିଆ ସ୍ବାମୀ ଅଳୀ ଦାସ ଙ୍କୁ ହରାଇ, ଅସହାୟl ଅନାଥିନୀ ଗୀତା ଦାସ , ପୋଲିଓ ରୋଗ ରେ ଆକ୍ରାନ୍ତ ହୋଇଥିବା ୧୦/୧୨ ବର୍ଷର ଭିନ୍ନକ୍ଷମ ପୁଅ ସମ୍ବିତ ସହିତ ଯେଉଁ ଝୁମ୍ପୁଡ଼ି କୁଡିଆ ଘରେ ମୁଣ୍ଡଗୁଞ୍ଜିଥିଲେ, ଗତ ରବିବାର ଦିନ ବିଳମ୍ବିତ ରାତିରେ ସେହି ବସଗୃହଟି ବର୍ଷା ରେ ଭୁଷୁଡି ପଡିବାରୁ, ଅଳ୍ପକେ ବର୍ତ୍ତି ଯାଇଥିଲେ ମାଆ ଓ ପୁଅ ଦୁଇ ଜଣ। ଏମିତି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ମୁଳିସିଂହ ପଞ୍ଚାୟତ ଅଧିନ ସହରହାଟ ନିକଟସ୍ଥ ହରସିଂହ ପୁର ଗ୍ରାମରେ। ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଅସହାୟl ଗୀତା ଦାସ ଙ୍କ ପାଇଁ ସାତସପନ ହୋଇ ଯାଇଛି। ପୋଲିଓ ଆକ୍ରାନ୍ତ ହୋଇଥିବା ପୁଅ ସମ୍ବିତ ର ଗୋଟିଏ ଗୋଡ ସମ୍ପୂର୍ଣ ଅଚଳ ହୋଇଥିବା ବେଳେ ଡ଼ାକ୍ତର ଙ୍କ ରିପୋର୍ଟ ରେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇ ପାରିନଥିବାରୁ ସେ ମଧ୍ୟ ଆବଶ୍ୟକୀୟ ସରକାରୀଭତ୍ତା ରୁ ବଞ୍ଚିତ ହୋଇଛି। ତେବେ ଗୀତା ଦାସ ଙ୍କ ସ୍ବାମୀ ଅଳିଆ ଙ୍କ ମୃତ୍ୟୁ ପରେ , ମୁଳିସିଂହ ସରପଞ୍ଚ ସାଫି ଆଜାମ ଏହି ବିପନ୍ନ ପରିବାର ନିକଟରେ ପହଞ୍ଚି ଏକ ବିଧବାଭତ୍ତା ସହିତ ସରକାରୀ ଆବାସ ଯୋଜନା ରେ ଗୋଟିଏ ପକ୍କାଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଆବଶ୍ୟକୀୟ ଡକୋମେଣ୍ଟ ପଞ୍ଚାୟତ ଅଫିସ ରେ ଦେଇପାରିନଥିବାରୁ ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇ ପାରିନାହିଁ ବୋଲି ସରପଞ୍ଚ, ଆମ ପ୍ରତିନିଧି ଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ତେବେ ଖୁବଶୀଘ୍ର ଏହି ଅସହାୟ l ଗୀତା ଦାସ ଙ୍କୁ ସରପଞ୍ଚ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଦେଖିବାକୁ ବାକି ରହିଲା କେବେ ଏହି ବାସହରା ଅସହାୟl ଗୀତା ଦାସ ଙ୍କୁ କେବେ ମିଳିବ ବିଧବା ଭତ୍ତା ଆଉ ଆଶ୍ରୟ ନେବାକୁ ମିଳିବ ସରକାରୀ ଆବାସ ଯୋଜନା ରେ ଘର ଟିଏ ?
Article Image