Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବାଲୁଗାଁ କଲେଜରେ ଏନସିସି ଦିବସ 1

ବାଲୁଗାଁ, 23/11/2025, ବିକ୍ରମ ଓଡ଼ିଶା ନିୟୁଜ: ବାଲୁଗାଁ କଲେଜରେ ଏନସିସି ଦିବସତା ୨୩/୧୧/୨୦୨୫- ଚଳିତ ବର୍ଷ ୭୮ ତମ ବାଲୁଗାଁ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏନସିସି ଦିବସ ରବିବାର ଦିନ ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥିଭାବେ ପ୍ରାକ୍ତନ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡ଼କ୍ଟର ଅକ୍ଷୟ କୁମାର ମିଶ୍ର ଓ କାର୍ଯ୍ୟାଳୟ ମୁଖ୍ଯ ସୁଧାକର ନାୟକ ଯୋଗଦେଇଥିଲେ l ଏନ୍ ସିସି ଅଧିକାରୀ ଅଧ୍ୟାପକ ଚନ୍ଦନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟ ମାନେ ପ୍ରଥମେ ଅତିଥିମାନଙ୍କୁ ପାଛୋଟି ନେବା ପରେ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହାପରେ ଏନସିସି ପତାକା ଉତ୍ତୋଳନ କରି ଏନସିସି କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ବକ୍ତବ୍ୟ ପ୍ରଦାନ କରି ସେମାନଙ୍କୁ ଏକତା,ଶୃଙ୍ଖଳା, ଓ ସେବା ମାଧ୍ୟମରେ ଦେଶ ପ୍ରେମ, ସହନଶୀଳତା, ଗୋଷ୍ଠୀ ସମ୍ପର୍କ,ସହଯୋଗିତା,ନିର୍ଭିକତା, କର୍ମ ଦକ୍ଷତା, ଉତ୍ସର୍ଗୀକୃତଭାବ ଆଦି ମୂଲ୍ୟବୋଧ ଆହରଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଅତିଥି ଡ଼କ୍ଟର ଅକ୍ଷୟ କୁମାର ମିଶ୍ର ଓ ସୁଧାକର ନାୟକ କ୍ୟାଡେଟ ମାନଙ୍କୁ ଶିକ୍ଷାୟତନ ସମେତ ଜୀବନର ପ୍ରତିଟି କ୍ଷେତ୍ରରେ ଶୃଙ୍ଖଳିତ ଓ ସେବାପରାୟଣତା ପ୍ରଦର୍ଶନ କରିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହାପରେ ଅତିଥିମାନେ କ୍ୟାଡେଟ ଦେବାଶିଷ ପାଢ଼ୀଙ୍କୁ ଜୁନିଅର ଅଣ୍ଡର ଅଫିସର,ଟ୍ୱିଙ୍କିଲ ପ୍ରଧାନଙ୍କୁ କ୍ଵାର୍ଟର ମାଷ୍ଟର, ଆୟୁଷ ରୋନାଲି ଜେନାଙ୍କୁ କର୍ପୋରାଲ, ଏବଂ ଆଲୋକ ସ୍ୱାଇଁ ଙ୍କୁ ଲାନ୍ସ କର୍ପୋରାଲ ରାଙ୍କ ପ୍ରଦାନ କରି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଅଭିନନ୍ଦନ ଜଣାଇଥିଲେ l ଏହି ଅବସରରେ କ୍ୟାଡେଟମାନେ ଏନସିସିର ଶୃଙ୍ଖଳା ଅନୁସରଣ କରିବା ପାଇଁ ଶପଥ ପାଠ କରିଥିଲେ l ଶେଷରେ କ୍ୟାଡେଟ୍ ମାନେ ଏନସିସି ସଂଗୀତ ଗାନ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
Article Image
Article Image