Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ୨୪୫ କୋଟି ଅନୁଦାନ 1

କାକଟପୁର, 23/11/2025, ବିକ୍ରମ ଓଡ଼ିଶା ନିୟୁଜ: ୧୮ ମାସର ସରକାରକାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ୨୪୫ କୋଟି ଅନୁଦାନ
Article Image
କାକଟପୁର ତା ୨୩/୧୧,( ତୁଷାର ଦୀକ୍ଷିତ) ରାଜ୍ୟରେ ବିଜେପି ସରକାରକୁ ୧୮ ମାସ ପୁରିଥିବାବେଳେ ରାଜ୍ୟରେ ବିକାଶର ଧାରାକୁ ଆଗେଇ ନେଇଛି ବିଜେପି l ଏହି ବିକାଶରେ ସାମିଲ ହୋଇଛି ପୁରୀଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ l ଏହି ପ୍ରରିପେକ୍ଷୀରେ ରବିବାର କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଏବଂ ପୁରୀଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସାଂସଦ ପ୍ରତିନିଧି ତଥା ଆଇଟି ସେଲ ସଂଯୋଜକ ରାକେଶ କୁମାର ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାକଟପୁର ନିର୍ବାଚନ ମଣ୍ଡଳୀଙ୍କୁ ୨୪୫ କୋଟି ଅନୁଦାନ ଦେଇଥିବା ର ମୁଦ୍ଦା ଉପସ୍ଥାପନା କରିଥିଲେ l ଏଥି ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ର ପାରିପାର୍ଶ୍ଵିକ ବିକାଶ ପାଇଁ ୧୨୦ କୋଟି, ଅସ୍ତରଙ୍ଗର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପୀର ଜାହାନିଆ ପୀଠର ବିକାଶ ପାଇଁ ୧୦୦ କୋଟି, କୋଣାର୍କ ମନ୍ଦିରରେ ଆଲୋକ ଓ ଶବ୍ଦ ବ୍ୟବସ୍ଥା ପାଇଁ ୬ କୋଟି,ଅସ୍ତରଙ୍ଗ ର କୁହୁଡି ଲବଣ ସତ୍ୟାଗ୍ରହ ପୀଠ ର ବିକାଶ ପାଇଁ ୫ କୋଟି, ଗୋପ ବ୍ଲକ ତରବୋଇ ପଞ୍ଚାୟତ ର ବାଲିକପିଳେଶ୍ୱର ମନ୍ଦିର ର ବିକାଶ ପାଇଁ ୧ କୋଟି, କାକଟପୁର ର ପ୍ରସିଦ୍ଧ ଶୈବପୀଠ ସ୍ୱମେଶ୍ୱର ମହାଦେବଙ୍କ ମନ୍ଦିରର ଉନ୍ନତି କରଣ ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ପ୍ରକାଶ କରିଥିଲେ l ଏଥିପାଇଁ ଉଭୟ ନେତା ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ଏହିଭଳି ଭାବରେ କାକଟପୁର ଅଞ୍ଚଳରେ ବିକାଶ ର ଧାରା ଆଗେଇ ଚାଲିବ ବୋଲି ମତବ୍ୟକ୍ତ କରିଥିଲେ l ଅପର ପକ୍ଷରେ ଏହି ବିକାଶର ଧାରାରେ ସାଗର ମାଳା ପ୍ରକଳ୍ପ, ଅସ୍ତରଙ୍ଗର ଗଙ୍ଗାଦେବୀ ମୁହାଁଣ ର ବିକାଶ ଏବଂ କୋଣାର୍କ ଠାରେ ରେଳ ଷ୍ଟେସନ ନିର୍ମାଣ ର ଡିପିଆର ପ୍ରସ୍ତୁତ ହୋଇଥିବା ଜଣାପଡିଛି l ଏହି ସମ୍ମିଳନୀରେ ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ