Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବାଲିଘର ପକ୍ଷରୁ ଅଙ୍ଗବସ୍ତ୍ର ବଣ୍ଟନ 1

ତିର୍ତ୍ତୋଲ, 23/11/2025, ବିକ୍ରମ ଓଡ଼ିଶା ନିୟୁଜ: ବାଲିଘର ପକ୍ଷରୁ ଅଙ୍ଗବସ୍ତ୍ର ବଣ୍ଟନତିର୍ତ୍ତୋଲ-୨୩/୧୧-(ରିପୋର୍ଟ-ସୁଷମା)-ତିର୍ତ୍ତୋଲ ଥାନା ଅଧିନ କୁଜଙ୍ଗ ବ୍ଲକ୍ ପଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ନପଙ୍ଗ ଗ୍ରାମର ୧୨ ଜଣ ବରିଷ୍ଠ ନାଗରିକଙ୍କୁ ବାଲିଘର ଫାଉଣ୍ଡେସନ ପକ୍ଷରୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷ କୈ ଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍ୱ।ବଧାନରେ ତଥା ବାଲିଘରର ସକ୍ରିୟ ସଦସ୍ୟ ଅକ୍ଷୟ କୁମାର ଖୁଣ୍ଟିଆ ଓ କୈଳାସ ଚନ୍ଦ୍ର ମହାନ୍ତିଙ୍କ ସହଯୋଗରେ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କିଛି କର୍ତ୍ତବ୍ୟ ସଂପାଦନ କରିବାର ଆଭିମୁଖ୍ୟ ନେଇ ନପଙ୍ଗ ଗ୍ରାମର ନିଶାକର ବାରିକ, ରମେଶ ଚନ୍ଦ୍ର ସ୍ୱାଇଁ,ରବୀନ୍ଦ୍ର ନାୟକ, ନରେନ୍ଦ୍ର ସ୍ୱାଇଁ, ଶ୍ୟାମ ସୁନ୍ଦର ସ୍ୱାଇଁ, ଦିବାକର ପରିଡ଼ା, ଶରତ ନାୟକ, ଭାସ୍କର ବାରିକ, ବାବୁରାମ ସ୍ୱାଇଁ ଓ ଟହଲି ମଳିକ ପ୍ରମୁଖଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।
Article Image