Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର, 24/11/2025, ବିକ୍ରମ ଓଡ଼ିଶା ନିୟୁଜ: (ବାଙ୍ଗାଲାଦେଶୀ କୁ ଶରଣ ଦେଇ ଆତ୍ମଗୋପନ କରିଥିବା ସିକନ୍ଦର ଅଲ୍ଲାମ ତାର ଭାଇ ଗିରଫ୍ )ଜଗତସିଂହପୁର

ଜଗତସିଂହପୁର ଜିଲା ବେରରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଭାବରେ ଘର ନିର୍ମାଣ କରି ବାଂଲାଦେଶୀମାନ ଙ୍କୁ ଭଡା ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓ ତାର ସାନ ଭାଇ ମୁତାଲିଫ ଖାଁ ଦିର୍ଘଦିନ ଧରି ଜଗତସିଂହପୁର ଜିଲ୍ଲା ପୋଲିସ କୁ ଚଖମା ଦେଇ ଆତ୍ମଗୋପନ କରିଥିବା ଖେଳ ଖତମ ହୋଇଛି | ଜଗତସିଂହପୁର ଜିଲ୍ଲା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଯାଜପୁର ଜିଲ୍ଲା ପୋଲିସ ସହଯୋଗରେ ଯାଜପୁର ରୁ ତାର ଏକ ସମ୍ପର୍କୀୟଙ୍କ ଘରେ ସିକନ୍ଦର ଆତ୍ମଗୋପନ କରିଥିବା ବେଳେ ମାଡ଼ି ବସିଲା ଜଗତସିଂହପୁର ପୋଲିସ । ଏହି ଦୁଇ ଭାଇ ଯାଜପୁରରୁ ଧାମରା ଦେଇ ଜଳପଥରେ ବୋଟ ସହଯୋଗ କଲିକତା କୁ ଚାଲିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଜଗତସିଂହପୁର ଜିଲ୍ଲା ପୋଲିସ ଦୁଇଭାଇ ଙ୍କ ଫୋନ ନମ୍ବର କୁ ଟ୍ରାପ କରି ଯାଜପୁର ଜିଲ୍ଲା ରୁ ସମ୍ପର୍କୀୟ ଙ୍କ ଘରୁ ମାଡ଼ି ବସିଲା ଜଗତସିଂହପୁର ଜିଲ୍ଲା ପୋଲିସ । ଗିରଫ ସିକନ୍ଦର ଠାରୁ ଏକ ଲାପଟପ ସହ ପାସପୋର୍ଟ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଲିସ ଜବତ କରିଛି ହେଲେ ସାଥିରେ ନେଇ ଫେରାର ଥିବା ସିସିଟିଭି ହାର୍ଡ ଡିକ୍ସ କୁ ଜବତ କରିବାରେ ବିଫଳ ହୋଇଥିଲେ ଜଗତସିଂହପୁର ପୋଲିସ। ଗତ ସନ୍ଧ୍ୟାରେ ଦୁଇ ଭାଇଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତରୀ ମାଇନା କରାଯାଇଥିବା ସହ କୋର୍ଟ ଚାଲାଣ କରାଯାଇ ଜଗତସିଂହପୁର SDM ଙ୍କ କୋର୍ଟ ରେ ହାଜର କରାଯାଇଛି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ |