Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତ୍ତୋଲ, 24/11/2025, ବିକ୍ରମ ଓଡ଼ିଶା ନିୟୁଜ: ତାଳଦଣ୍ଡା କେନାଲ ରେ ଭାସୁଛି ଅଜଣା ଗଳିତ ଶବ
ତିର୍ତୋଲ ୨୪/୧୧ତିର୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ବଜ଼ାର ଅନତି ଦୂରରେ ଥିବା ପେଟ୍ରୋଲ ପମ୍ପ ପଛ ପାଖ ତାଳଦଣ୍ଡା କେନାଲ ଭିତରେ ଭାସୁଛିଅଜଣା ଗଳିତ ଶବ l ଆଜି ଅପରାହ୍ନ ରେ ସ୍ଥାନୀୟ ଲୋକେ ତଳଦାଣ୍ଡା କେନାଲ ମଧ୍ୟରେ ଶବ ଭାସୁଥିବା ଦେଖି ରୁଣ୍ଡ ହୋଇ ଥିଲେ ଓ ତିର୍ତୋଲ ଥାନାକୁ ଜଣାଇ ଥିଲେ, ତୁରନ୍ତ ଘଟଣା ସ୍ଥଳରେ ଆଇ ଆଇ ସି ପ୍ରଦୀପ୍ତ କୁମାର ସେଠି ପହଁଚି ଅନୁଧ୍ୟାନ କରିଥିଲେ, ହେଲେ ସନ୍ଧ୍ୟାହୋଇ ଆସୁ ଥିବାରୁ ଶବ ଉଦ୍ଧାର ହୋଇ ପାରି ନାହିଁ l ଉକ୍ତ ସ୍ଥଳୀରେ ପୁଲିସି ଶବକୁ ଜଗିଛି, ଆସନ୍ତା କାଲିସକାଳ ହେଲେ ଶବ ଉଦ୍ଧାର ଓ ଚିହ୍ନଟ ପ୍ରକ୍ରିୟା ହେବାର ସୂଚନା ମିଳିଛି lRiport :ଶ୍ରୀବତ୍ସ ପାଢ଼ୀ