Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମୃତବ୍ୟକ୍ତିଙ୍କ ଅଙ୍ଗ ଦାନ ଯୋଗୁଁ ଓଡିଶା ସରକାର ଙ୍କ ପକ୍ଷରୁ ରାଷ୍ଟ୍ରିୟ ସମ୍ମାନରେ ସମ୍ମାନୀତ କରାଗଲା । 1

ତିର୍ତ୍ତୋଲ, 04/12/2025, ବିକ୍ରମ ଓଡ଼ିଶା ନିୟୁଜ: ମୃତବ୍ୟକ୍ତିଙ୍କ ଅଙ୍ଗ ଦାନ ଯୋଗୁଁ ଓଡିଶା ସରକାର ଙ୍କ ପକ୍ଷରୁ ରାଷ୍ଟ୍ରିୟ ସମ୍ମାନରେ ସମ୍ମାନୀତ କରାଗଲା ।
Article Image
ତିର୍ତ୍ତୋଲ ତା ୪/୧୨(ରିପୋର୍ଟ-ସୁଷମା)- ତିର୍ତ୍ତୋଲ ବ୍ଲକ୍ ଅଧିନ ଗୋପଳପୁର( ଶଂ) ପଞ୍ଚାୟତ ନିବାସୀ ବଡଜିଂଗଲ ଗ୍ରାମର ୰ମୁରଲୀଧର ଦାସ ଙ୍କ ପୁତ୍ର ସନ୍ତୋଷ କୁମାର ଦାସ କଟକରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ , କଟକ ପାରାଦ୍ବୀପ ରାସ୍ତାର କଣ୍ଟୁଆର ଠାରେ ରାସ୍ତାର ଥିବା ଉଚ୍ଛ ହମ୍ପସ୍ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶୀକାର ହୋଇଥିଲେ । କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ର ଲୋକ ମୃତ ସନ୍ତୋଷ ଅଙ୍ଗଦାନ କରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିଥିଲେ । ସେହି ଅନୁଯାୟୀ ମେଡିକାଲ ପକ୍ଷରୁ ଚିକିତ୍ସାଧିନ ରୋଗୀ ଉଦ୍ଦେଶ୍ୟରେ ଚକ୍ଷୁ, କିଡନି, ଫୁସ୍‌ଫୁସ୍ ଇତ୍ୟାଦି ସଂଗ୍ରହ କରାଯାଇଥିଲା । ଏହି ମହନୀୟତା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କିଷ୍ଣାନନ୍ଦପୁର ଆରକ୍ଷୀ ଅଧିକାରୀଙ୍କ ନେତୃତ୍ବରେ ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ ସମୟରେ ଗାର୍ଡ ଅଫ୍ ଅନର ସନ୍ମାନ ଦିଆଯାଇଥିଲା । ଉକ୍ତ ସ୍ଥାନରେ ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହିତ ବିଜେପି ବରିଷ୍ଠ ନେତା ବିଜୟ କୁମାର ଦାଶ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶେଷ ସନ୍ମାନ ଜଣାଇ ଥିଲେ ।
Article Image