Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର, 04/12/2025, ବିକ୍ରମ ଓଡ଼ିଶା ନିୟୁଜ: ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ଅମୂଲ୍ୟ କୁମାର ମିଶ୍ରଙ୍କୁ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ଆଦର୍ଶ ଶିକ୍ଷକ ପୁରସ୍କାରଜଗତସିଂହପୁର

ତା ୦୪/୧୨/୨୫ସଫଳ ବିଦ୍ୟାର୍ଥୀଙ୍କ ପାଠଶାଳା ଭାବରେ ଗୌରବ ବହନ କରିଥିବା ଐତିହ୍ୟସମ୍ପନ୍ନ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାସୁଦେବ ଏଡୁକେସନାଲ ୱେଲଫେୟାର ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ଟ୍ରଷ୍ଟର ସଭାପତି ବିରଞ୍ଚି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯଥା ବିଜ୍ଞାନ ଶିକ୍ଷାରେ ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରେଡ଼କ୍ରସ ପାଇଁ ରାଜ୍ୟପାଳଙ୍କ ଠାରୁ ଶ୍ରେଷ୍ଠ ପରାମର୍ଶଦାତା ପରସ୍କାର, ସ୍କାଉଟରେ ମର୍ଯ୍ୟାଦା ଜନକ ବସନ୍ତ ବିଶ୍ୱାଳ ପୁରସ୍କାର, ପରିବେଶ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ "ପ୍ରକୃତିବନ୍ଧୁ ପୁରସ୍କାର, ଆନ୍ତର୍ଜାତିକ ସ୍ବେଛାସେବୀ ସଂସ୍ଥା ପ୍ରେରଣl ତରଫରୁ ଗ୍ରୀନ ୱାରୀୟର ପୁରସ୍କାର, ଏନ. ସି. ସି ର ବିଭିନ୍ନ କ୍ୟାମ୍ପରେ ସଫଳତା ଓ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ୫୦୦ରୁ ଉର୍ଦ୍ଧ୍ୱ ସାରସ୍ୱତ ସୃଷ୍ଟି ସମ୍ଭାର ପ୍ରଭୁତି କୃତିକୁ ଆଧାର କରି ବିଜ୍ଞାନ ଶିକ୍ଷକ ତଥା ଏନ. ସି. ସି ଅଫିସର ଅମୂଲ୍ୟ କୁମାର ମିଶ୍ରକୁ ବାସୁଦେବ ଏଡୁକେସନାଲ ୱେଲଫେୟାର ଟ୍ରଷ୍ଟ ତରଫରୁ ମୋମେଟୋ, ଉପଢ଼ୋକନ ଏବଂ ପୁଷ୍ପଗୁଛ ଦିଆଯାଇ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ଆଦର୍ଶ ଶିକ୍ଷକ ପୁରସ୍କାର-୨୦୨୫ ପ୍ରଦାନ କରାଯାଇଅଛି l ଏହି ବର୍ଣ୍ଣାଢ୍ୟ ସମାବେଶରେ ରାଜସ୍ୱ ବିଭାଗର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ଦାଶ, ପ୍ରାଧ୍ୟାପକ ଡ. ପ୍ରଶାନ୍ତ କିଶୋର ପରିଡା, ଅଧ୍ୟକ୍ଷ ଡ. ବିଶ୍ୱଜିତ ରାୟ,ଅକ୍ଷୟ କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର ରାୟ, ସାନ୍ତନୁ ମିଶ୍ର, ଅଧ୍ୟାପକ ପ୍ରତାପ ଚନ୍ଦ୍ର ଲେଙ୍କା ଓ ଟ୍ରଷ୍ଟର ସମ୍ପାଦକ ଡ. ରୁଦ୍ର ନାରାୟଣ ମିଶ୍ର ପ୍ରଭୁତିଙ୍କ ସହ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l ଶ୍ରୀମାନ ମିଶ୍ରଙ୍କୁ ବୈକୁଣ୍ଟନାଥ ଆଚାର୍ଯ୍ୟ ସ୍ମାରକୀ ଆଦର୍ଶ ଶିକ୍ଷକ ପୁରସ୍କାର -୨୦୨୫ ମିଳିବା ପରେ ଜିଲ୍ଲା ଶିକ୍ଷାଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନାଉଗାଁ ମଣ୍ଡଳ ଶିକ୍ଷାଧିକାରୀ, ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ପ୍ରାକ୍ତନ ବିଦ୍ୟାଳୟ କମିଟିର ସଦସ୍ୟ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବନ୍ଧୁ, ପରିବାରବର୍ଗ ଶୁଭେଚ୍ଛା ଜଣାଇ ଏହି ସଫଳତାକୁ ଭବିଷ୍ୟତରେ ବଜାଇ ରଖିବାକୁ ପରାମର୍ଶ ଦେଇଛନ୍ତି lଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ.