Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବାଲିପଦରରେ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ 1

ବୁଗୁଡ଼ା , 05/12/2025, ବିକ୍ରମ ଓଡ଼ିଶା ନିୟୁଜ: ବାଲିପଦରରେ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ
Article Image
ବୁଗୁଡ଼ା,୦୫/୧୨(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ବସଷ୍ଟାଣ୍ଡ ଠାରେ ଆୟୋଜିତ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ଶୁକ୍ରବାର ଦିନ ହୋଇଯାଇଛି। ବାଲିପଦର ବଣିକ ସଂଘ ଓ ଶ୍ରୀରାମ ପରିବା ବଜାର ସଂଘର ମିଳିତ ଆନୁକୂଲ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା।ପବିତ୍ର ମାର୍ଗଶିର ମାସର ତୃତୀୟ ପାଳି ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ପରେ ଆଜି ସନ୍ଧ୍ୟାରେ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ ବାଜଣା ସହ ମା' ମହାଲକ୍ଷ୍ମୀଙ୍କ ପ୍ରତିମାକୁ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା। ଏହି ଅବସରରେ ବଣିକ ସଂଘ ଓ ଶ୍ରୀରାମ ପରିବା ବଜାର ସଂଘର ସମସ୍ତ ସଦସ୍ୟ ଭସାଣୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।