Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତ୍ତୋଲ, 05/12/2025, ବିକ୍ରମ ଓଡ଼ିଶା ନିୟୁଜ: ଇଚ୍ଛାପୁର ଗ୍ରାମରେ ମା ଲକ୍ଷ୍ମୀ ଙ୍କ ପୂଜା
ତିର୍ତ୍ତୋଲ-୫/୧୨-(ରିପୋର୍ଟ-ସୁଷମା)ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ପଞ୍ଚାୟତ ଅଧିନସ୍ଥଇଚ୍ଛାପୁର ଗ୍ରାମର ଗାଦିବ୍ରହ୍ମ ଲକ୍ଷ୍ମୀପୂଜା କମିଟି ତରଫରୁ ମା ଲକ୍ଷ୍ମୀ ଙ୍କ ର ପୂଜା ଗତକାଲି ଠାରୁ ଆରମ୍ଭ ହୋଇଛି। ଅନେକ ବର୍ଷ ଧରି ଏହି ଗ୍ରାମରେ ଲକ୍ଷ୍ମୀପୂଜା ମାର୍ଗଶିର ମାସ ଶେଷ ଗୁରୁବାର ଠାରୁ ଲକ୍ଷ୍ମୀପୂଜା ଆରମ୍ଭ ହୋଇ ସାତ ଦିନ ପାଳିତ ହୋଇ ଆସୁଛି । ଏହି ବର୍ଷ ମା ଲକ୍ଷ୍ମୀ ଙ୍କ ସହିତ ପ୍ରଭୁ ଜଗନ୍ନାଥ ଙ୍କ ଦଶ ଅବତାର ବିଷୟ ବସ୍ତୁ ହୋଇଛି । ସାତ ଦିନ ଧରି ବିଭିନ୍ନ ସାଂସ୍କୃତି କାର୍ଯ୍ଯକ୍ରମ ର ଆୟୋଜନ କରାଯିବ ।ଆସନ୍ତା ବୁଧବାର ମାଙ୍କ ବିସର୍ଜନ କରାଯିବ। ଶରତ ଚନ୍ଦ୍ର ଭୋଳ , ପ୍ରକାଶ ସାହୁ , ଶୌଳନ୍ଦ୍ର କୁମାର ରାଉତରାୟ , ଅଜୟ କୁମାରବରାଳ ,ସୁବଳ ସ୍ବାଇଁ , ପ୍ରଶାନ୍ତ ରାଉତ , ଜିତେନ୍ଦ୍ର ଦାସ ,ରାଜେଶ ଭୋଳ , ସତ୍ଯମ ସାଇ ପ୍ରସାଦ , ପ୍ରଭାତ ରାଉତ , ସତ୍ଯମ ଦୁର୍ଗା ପ୍ରସାଦ , ରାଜେନ୍ଦ୍ର ଦାସ , ଗଣେଷ ବେହେରା , ରାକେଶ ଜେନା , ସୁବାଷ ଜେନା , ସାଇ ପ୍ରଭଞ୍ଜନ ମହାପାତ୍ର , ରାହୁଲ ବରାଳ ,ସାଇ ସାଧକ ସ୍ବାଇଁ , ଶୁଭେନ୍ଦୁ ଶେଖର ମହାପାତ୍ର ପ୍ରମୁଖଉପସ୍ଥିତ ରହିଥିଲେ ।