Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର, 06/12/2025, ବିକ୍ରମ ଓଡ଼ିଶା ନିୟୁଜ: ଡକ୍ଟର ବି ଆର ଆମ୍ବେଦକର ଙ୍କ 69ତମ ମହାପରିନିର୍ମାଣ ଦିବସ ପାଳିତଜଗତସିଂହପୁର
ତା=6/12/25ଜଗତସିଂହପୁର ଆଦିକବି ସାରଳା ଦାସ ଜ଼ିଲ୍ଲା ସଂସ୍କୃତି ଭବନ ପରିସର ରେ ଡକ୍ଟର ବି ଆର ଆମ୍ବେଦକର ଙ୍କ 69ତମ ମହାପରିନିର୍ବାଣ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଶତାଧିକ ଦଳିତ ସମ୍ପ୍ରଦାୟ ବ୍ୟକ୍ତି ମାନେ ସ୍ଥାନୀୟ ସିପି ଛକରୁ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଡକ୍ଟର ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିସାରିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଙ୍କ ସଭାପତିତ୍ୱ ରେଅଭିରାମ ମଲ୍ଲିକ, ବୀରେନ୍ଦ୍ର ପ୍ରସାଦ ଦାସ, ନାଥ କାଣ୍ଡି, ପ୍ରମୁଖ ଯୋଗଦେଇ ଦଳିତ ବର୍ଗ ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଉଦବୋଧନ ଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ