Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ତିର୍ତ୍ତୋଲ ଆଇନି ସେବା ପ୍ରାଧିକରଣ ପକ୍ଷରୁ ମାନବଧିକାର ଦିବସ ପାଳିତ 1

ତିର୍ତ୍ତୋଲ, 11/12/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ଆଇନି ସେବା ପ୍ରାଧିକରଣ ପକ୍ଷରୁ ମାନବଧିକାର ଦିବସ ପାଳିତତିର୍ତ୍ତୋଲ-୧୦/୧୨-(ରିପୋର୍ଟ-ସୁଷମା)ତିର୍ତ୍ତୋଲ ଆଇନି ସେବା ପ୍ରାଧିକରଣ ପକ୍ଷରୁ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମାନବଧିକାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରାଧିକରଣ ଅଧକ୍ଷ ତଥା ତିର୍ତ୍ତୋଲ କୋର୍ଟ ଦଣ୍ଡାଧିକାରୀ ପାରସ ପଢି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ଆଇନି ସେବା ପ୍ରାଧିକରଣ ସଦସ୍ୟ ତଥା ତିର୍ତ୍ତୋଲ ଓକିଲ ସଂଘ ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀ, ଆଇନିଜିବି ସୁଧୀର ଖୁଣ୍ଟିଆ, ଗୋପାଳ ଚୌଧୁରୀ, ସୁବୋଧ ଖୁଣ୍ଟିଆ,ସ୍ଥାନୀୟ ସରପଞ୍ଚ ସୁଶାନ୍ତ ନାୟକ, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।ତିର୍ତ୍ତୋଲ କୋର୍ଟ ର ବଡବାବୁ, ବିରଞ୍ଚି ଶତପଥୀ, ଜଗନ୍ନାଥ ଦାସ, ଓ ଅନ୍ୟ କୋର୍ଟ କର୍ମଚାରୀ ଙ୍କ ସମେତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ୱେତମ୍ବାର ମଲ୍ଲିକ, ହରିଚନ୍ଦ୍ର ସେଣ,ବାବାଜୀ ନାୟକ, ଇସାରାଣୀ ସ୍ବାଇଁ, ଅଭୟ ଜେନା, ସେକ ତାଜ ଉଦ୍ଦିନ, ସୁଭଲଷ୍ମୀ ବଡତିଆ,ଶୁଭଦ୍ରା ବେହେରା, ସୁକାନ୍ତ ବେହେରା,ପ୍ରମୁଖ ବିଦ୍ୟାଳୟ ଆଲୁମୁନି କମିଟି ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ।
Article Image
Article Image