Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜଗତସିଂହପୁର ପୌରାଞ୍ଚଳ ରେ ବିକାଶ ବାହନ ର ଶୁଭାରମ୍ଭ 1

ଜଗତସିଂହପୁର , 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ପୌରାଞ୍ଚଳ ରେ ବିକାଶ ବାହନ ର ଶୁଭାରମ୍ଭଜଗତସିଂହପୁର, ତା ୧୮/୦୬/୨୫: ଆଜି ପୂର୍ବାହ୍ନ ରେ ଜଗତସିଂହପୁର ପୌର ପରିଷଦ ପରିସର ରେ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ର ବିକାଶ ସମ୍ବଳିତ ବାର୍ତ୍ତା ସହ ଆରମ୍ଭ ହୋଇଛି ବିକାଶ ବାହନ ଯାତ୍ରା। ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିକାଶ ରଥ କୁ ଶୁଭ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ସମସ୍ତ ପାରିଷଦ ବର୍ଗ ,ସ୍ଵଚ୍ଛ ସାଥୀ, ସୁପରଭାଇଜର, ପୌର ପରିଷଦ କର୍ମକର୍ତ୍ତା, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ବିକାଶ ବାହନ ସମସ୍ତ ୱାର୍ଡ଼ ପରିଭ୍ରମଣ କରି ସହରବାସୀ ଙ୍କୁ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇବ। ପ୍ରତ୍ୟେକ ଷ୍ଟପ ପଏଣ୍ଟ ରେ ବିଭିନ୍ନ ଯୋଜନା ର ହିତାଧୀକାରୀ ଙ୍କୁ ଭତ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ।
Article Image
Article Image