Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଡଗରପଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନାମୁଦ ଓ ନୀଳଚକ୍ର ସ୍ଥାପନ 1

କୁଜଙ୍ଗ , 25/01/2026, ବିକ୍ରମ ଓଡ଼ିଶା ନିୟୁଜ: ଡଗରପଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନାମୁଦ ଓ ନୀଳଚକ୍ର ସ୍ଥାପନ
Article Image
ରାହାମା/କୁଜଙ୍ଗ ତା 25/01/2026କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ଗ୍ରାମପଞ୍ଚାୟତ ଡଗରପଡ଼ାଗ୍ରାମ ନିକଟରେ ଥିବା ଭକ୍ତିବେଦାନ୍ତ ଆଶ୍ରମ ପରିସରରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ମାଘ ସପ୍ତମୀ ଅବସରରେ ମନ୍ଦିର ଦଧିନଉତିର ରତ୍ନମୁଦ ଓ ନୀଳଚକ୍ର ସ୍ଥାପନ ଅନୁଷ୍ଠିତ ହୋଇଅଛି। ଆଶ୍ରମରେ ପୂଜା ପାଉଥିବା ମହାପ୍ରଭୁ ଶ୍ରୀବ୍ରଜ ଗୋପାଳ ଓ ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ସହିତ ନୀଳଚକ୍ର ସ୍ଥାପନ ଓ ରତ୍ନମୁଦ କାର୍ଯ୍ୟକ୍ରମରେ ନିଜକୁ ହଜାର ହଜାର ସଂଖ୍ୟାରେ ସାମିଲ ହେବାର ଦେଖିବାକୁ ମିଳିଥିଲା। ଆଶ୍ରମର ପ୍ରତିଷ୍ଠାତା ବାବା ବନମାଳୀ ଦାସ ମହାରାଜଙ୍କ ଦ୍ୱାରା ନିମନ୍ତ୍ରିତ ବୈଦିକ ପୁରୋହିତ କିଶୋର ମିଶ୍ର ଓ ତାଙ୍କ ସହଯୋଗୀ ମାନେ ଘୃତଯଜ୍ଞ ଓ ବୈଷ୍ଣବମାନେ ଚତୃର୍ଥ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ କରିଥିଲେ । ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଇସ୍କନ ମନ୍ଦିର ରୁ ଆସିଥିବା ତ୍ରିଦଣ୍ଡି ସ୍ୱାମୀ ଭକ୍ତି ବିବେକ ମଧୁସୂଦନ ମହାରାଜ,ଶ୍ରୀପାଦ ଯଶୋଦା ନନ୍ଦନ ମହାରାଜ, ଶ୍ରୀପାଦ ଉପେନ୍ଦ୍ର ନାଥ ମିଶ୍ର ମହାରାଜ, ଶ୍ରୀପାଦ ପୂର୍ଣ୍ଣଚନ୍ଦ୍ର ଗୌର ସୁନ୍ଦର ଦାସ ମହାରାଜ ଆଶ୍ରିବଚନ ପ୍ରଦାନ କରିଥିଲେ। ସମାଜସେବୀ ଡକ୍ଟର ସୁନାକର ବେହେରା ଉପସ୍ଥିତ ସମସ୍ତ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ ଏବଂ ବାବା କମଳ ଲୋଚନ ଦାସ ଙ୍କ ଦ୍ୱାରା ପରିବେଷିତ ଭଜନ କୀର୍ତ୍ତନ ମହାମନ୍ତ୍ର ସମସ୍ତ ଭକ୍ତ ମାନଙ୍କୁ ବିଭୋର କରିଥିଲା ଓ ଭକ୍ତି ମୟ ପରିବେଶରେ ପ୍ରକମ୍ପିତ ହୋଇ ଉଠିଥିଲା ଆଶ୍ରମର ପରିବେଶ। ଶିକ୍ଷକ ବାପି ବିଶ୍ୱାଳ,ଆଶ୍ରମ ଭଉଣୀ କୁନି ଅପା,ପରମସେବିକା ରାସପ୍ରିୟା ଦେବୀ,ଜଗନ୍ନାଥ ଖଣ୍ଡୁଆଳ,ମନୋହର ସ୍ୱାଇଁ,ସୁରେନ୍ଦ୍ର ମଲ୍ଲିକ, ଆଶ୍ରମର ସ୍ବେଛାସେବକ ମାନେ ସେବା କାର୍ଯ୍ୟରେ ନିଜକୁ ପୂର୍ଣ୍ଣ ସମର୍ପଣ କରିଥିଲେ ।