Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ଗାଈ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର
ତିର୍ତ୍ତୋଲ-୧୮/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅଧିନ ପିପ୍ପଳମାଧବ ପଂଚାୟତ ମହମ୍ମଦାବାଡଦ ଗ୍ରାମରେ ଗତକାଲି ମଙ୍ଗଳବାର ବିଳମ୍ୱିତ ରାତିରେ ଅର୍ଜୁନ ବାରିକ ଙ୍କ ଗୁହାଳରେ ନିଆଁ ଲାଗିଥିଲା।ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଲା ବେଳକୁ ଗୋଟିଏ ଗାଈ ସହ ବହୁମୂଲ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା।ନିଆଁ ଲାଗିବା ପରେ ଗୁହାଳ ରୁ ଗାଈ କୁ ଉଦ୍ଧାର କରିବାକୁ ଯାଇ ଅର୍ଜୁନ ଙ୍କ ଶରୀରରେ ନିଆଁ ଲାଗି ଆଘାତ ପ୍ରାପ୍ତ ହୋଇଥିଲେ।ତାଙ୍କୁ ମଣିଜଙ୍ଗା ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର କୁ ପଠାଯାଇଥିବା ଜଣ।ପଡିଛି।