Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର, 21/03/2026, ବିକ୍ରମ ଓଡ଼ିଶା ନିୟୁଜ:
ବ୍ରାଉନ ସୁଗାର ,ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତଦୁଇ ଗିରଫ
ଜଗତସିଂହପୁରଜଗତସିଂହପୁର ଜିଲା ବିରିଡି ଥାନା ଧ୍ୟାନକୁଦ ଅଞ୍ଚଳରେ ସ୍ଥାନୀୟ ପୋଲିସ ର ଚଢ଼ାଉ କରି ୨୦ ଗ୍ରାମ ବ୍ରାଉନ ସୁଗାର ସହ ଚାରିଟି ସୁନା ମୁଦି, ଦୁଇ ସୁନା ଚେନ, 3 ଲକ୍ଷ 20 ହଜାର ଟଙ୍କା ନଗଦ କ୍ୟାସ,ଦୁଇଟି ମୋବାଇଲ ଓ ଗୋଟେ ବାଇକ ଜବତ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ସଢ଼େଇକଣା ଗାଁର ସୁଯ୍ୟ ମାଧବ ବଳବନ୍ତରାୟ ଓ କିଶନ ନଗର ର ମୋହନ କୁମାର ମଲ୍ଲିକ । ଏମାନେ ଧ୍ୟାନକୁଦ ମାଉସୀ ମା ମନ୍ଦିର ନିକଟରେ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ବେଳେ ଖବର ପାଇ ବିରିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା । ଉଭୟ ଅଭିଯୁକ୍ତଙ୍କ ନାଁ ରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାର ଏସ୍ପି କହିଛନ୍ତଜଗତସିଂହପୁର ରୁ Rita ସାହୁ