Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅପରେସନ ସିନ୍ଦୂର କାର୍ଯ୍ୟକ୍ରମ ପାଳିତ 4

ଖୋର୍ଦ୍ଧା , 11/05/2026, ବିକ୍ରମ ଓଡ଼ିଶା ନିୟୁଜ: ଅପରେସନ ସିନ୍ଦୂର କାର୍ଯ୍ୟକ୍ରମ ପାଳିତତାରିଖ : ୦୯/୦୫/୨୦୨୬
Article Image
ମେ ୭, ୨୦୨୬ ରେ ଭାରତ “ଅପରେସନ ସିନ୍ଦୂର”ର ପ୍ରଥମ ବାର୍ଷିକୀ ପାଳନ କରିଥିଲା। ୨୦୨୫ ମସିହାରେ ପାକ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଢାଞ୍ଚା ବିରୋଧରେ ଭାରତୀୟ ସେନାଙ୍କ ଦ୍ୱାରା କରାଯାଇଥିବା ସଫଳ ଏବଂ ସଠିକ୍ ତ୍ରି-ସେନା ଅଭିଯାନର ସ୍ମୃତିରେ ସାରା ଦେଶରେ ଏହି ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଭାରତୀୟ ସଶସ୍ତ୍ର ବାହିନୀଙ୍କ ସାହସ ଓ ବଳିଦାନକୁ ସ୍ମରଣ କରାଯାଇଥିଲା ଏବଂ ଶୂନ୍ୟ-ଆତଙ୍କବାଦ ନୀତି ପ୍ରତି ପୁନର୍ବାର ସଙ୍କଳ୍ପ ଗ୍ରହଣ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଏନସିସି ୟୁନିଟ୍ ପକ୍ଷରୁ “ଅପରେସନ ସିନ୍ଦୂର କାର୍ଯ୍ୟକ୍ରମ” ଆୟୋଜିତ ହୋଇଥିଲା।
Article Image
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ Dr. Madhusudan Senapati ଯୋଗଦେଇ ଦେଶସେବା, ଶୃଙ୍ଖଳା, ମାନବତା ଓ ଯୁବ ସମାଜର ଦାୟିତ୍ୱ ବିଷୟରେ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ଭବାନୀ ଶଙ୍କର ମିଶ୍ର ମଧ୍ୟ କ୍ୟାଡେଟମାନଙ୍କୁ ଦେଶପ୍ରେମ ଓ ଶୃଙ୍ଖଳାର ମହତ୍ତ୍ୱ ବିଷୟରେ ଉପଦେଶ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଏନସିସି ସିଟିଓ ରଂଜନ କୁମାର ମହପାତ୍ର ସଫଳ ଭାବେ ପରିଚାଳନା କରିଥିଲେ। ମୋଟ ୨୫ ଜଣ କ୍ୟାଡେଟ୍ ଏଥିରେ ସକ୍ରିୟ ଭାବେ ଯୋଗଦେଇ ଦେଶପ୍ରେମ, ଏକତା ଓ ଶୃଙ୍ଖଳାର ପରିଚୟ ଦେଇଥିଲେ।ଶେଷରେ ଦେଶର ସୁରକ୍ଷା, ଜାତୀୟ ଏକତା ଓ ଆତଙ୍କବାଦ ବିରୋଧୀ ସଚେତନତାର ସନ୍ଦେଶ ସହ କାର୍ଯ୍ୟକ୍ରମ ସମାପ୍ତ |