Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର, 18/05/2026, ବିକ୍ରମ ଓଡ଼ିଶା ନିୟୁଜ: ଅଗ୍ନି ବିପନ୍ନ ଙ୍କୁ ସହାୟତା ପ୍ରଦାନ କଲା ସେବା ଫାଉଣ୍ଡେସନ

ଜଗତସିଂହପୁରତା =17/5/26ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୋରିକିନା ପଂଚାୟତ ବରିମୂଳ ଗ୍ରାମ ର ଯୁଧିଷ୍ଠିର ଦାସଙ୍କ ଘର ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଚାରି ବଖରା ଘର ସମ୍ପୂର୍ଣ ପୋଡି ଯାଇଥିଲା | କେବଳ ଯାହା ପିନ୍ଧି ଥିଲେ ସେତିକି | ଧାନ, ଚାଉଳ, ଲୁଗାପଟା, ସୁନାରୁପା, ଆସବା ପତ୍ର, ସହିତ ସମସ୍ତ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି | ଏହି ଦୁଖଃଦ ଖବର ଟିମ ସେବା ଫାଉଣ୍ଡେସନ ଜାଣିବା ପରେ |ଯୁଧିଷ୍ଠିରଙ୍କ ଘରେ ପହଂଚିଥିଲେ |ଟିମ ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର, ସମ୍ପାଦକ ସମ୍ବିତ କୁମାର ପାଇଟାଳ, ସାହାଜନ ପ୍ରଧାନ, ରାଜ କିଶୋର ବେହେରା, ରଶ୍ମି ରଞ୍ଜନ ପ୍ରଧାନ, ରାକେଶ ବେହେରା, ସମୀକ୍ଷା ଯତୀ, ସନ୍ଧ୍ୟା ରାଣୀ ବେହେରା | ଯୁଧିଷ୍ଠିରଙ୍କ ପରିବାର କୁ ଟିମ ସେବା ଫାଉଣ୍ଡେସନ ତରଫରୁ ଗୋଟେ ମାସ ପାଇଁ ରାସନ ସାମଗ୍ରୀ, ପରିବାର ସମସ୍ତଙ୍କୁ ପିନ୍ଦିବା ପାଇଁ ବସ୍ତ୍ର ଓ ନଗଦ ₹5000/-(ପାଞ୍ଚ ହଜାର ଟଙ୍କା ) ଅର୍ଥ ରାଶି ପ୍ରଦାନ କରିବା ସହିତ |ଆଗାମୀ ଦିନରେ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଟିମ ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର ପ୍ରତିଶୃତି ଦେବା ସହିତ | ଖୁବ ଶୀଘ୍ର ଆବାସ ଯୋଜନାରେ ଯୁଧିଷ୍ଠିରଙ୍କ ପରିବାରକୁ ସାମିଲ କରିବାପାଇଁ ଟ୍ୱଇଟ ମାଧ୍ୟମରେ ଅପିଲ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ