Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିପ୍ଳବ ଚୌଧୁରୀ ସମ୍ମାନିତ। 2

ଜଗତସିଂହପୁର, 18/05/2026, ବିକ୍ରମ ଓଡ଼ିଶା ନିୟୁଜ: ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିପ୍ଳବ ଚୌଧୁରୀ ସମ୍ମାନିତ।
Article Image
ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବର୍ଷିୟାନ୍ କମ୍ୟୁନିଷ୍ଟ ନେତା କମ୍ରେଡ଼ ଲୋକନାଥ ଚୌଧୁରୀ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜଗତସିଂହପୁରର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲୋକନାଥ ଚୌଧୁରୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଅଛି।ଏରସମା ଠାରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଶଶି ଭୂଷଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ବାଲିକୁଦା-ଏରସମା ର ବିଧାୟକ ସାରଦା ପ୍ରସନ୍ନ ଜେନା ପ୍ରମୁଖ ଯୋଗଦେଇ ବିପ୍ଳବ ଚୌଧୁରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ସମ୍ମାନ ପାଇଁ ବିପ୍ଳବ ଚୌଧୁରୀ "ଲୋକନାଥ ଚୌଧୁରୀ ସ୍ମୃତି କମିଟି" ନିକଟରେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।