Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଠିକାଦାରକୁ ମୁଳୁନି ବିଲ ବାଧ୍ୟ ହୋଇ ପଞ୍ଚାୟତ କାର୍ଯାଳୟରେ ପକାଇଲେ ତାଲା | 3

ବହଳଦା, 01/06/2026, ବିକ୍ରମ ଓଡ଼ିଶା ନିୟୁଜ: ଠିକାଦାରକୁ ମୁଳୁନି ବିଲ ବାଧ୍ୟ ହୋଇ ପଞ୍ଚାୟତ କାର୍ଯାଳୟରେ ପକାଇଲେ ତାଲା |
Article Image
ବହଳଦା, ୧/୬ : ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜନୈକ ଠିକାଦାର ବିଲ ନମଳିବା ପ୍ରତିବାଦରେ ଆଜି ପଞ୍ଚାୟତ କାର୍ଯାଳୟରେ ତାଲା ପକାଇଛନ୍ତି।ସୂଚନା ଅନୁସାରେ ଗୟଳକୋଟା ଗ୍ରାମର ନାରାୟଣ ମହାନ୍ତି ଗତ ଦୁଇ ବର୍ଷ ତଳେ ବହଳଦା ବ୍ଲକରୁ କାର୍ଯ୍ୟାଦେଶ ପାଇ ମହୁଲଦୁମା ଗ୍ରାମରେ ଲକ୍ଷ୍ମୀପୂଜା ମଣ୍ଡପ ଗୃହ ନିର୍ମାଣ କରିଥିଲେ | ଯେଉଁ ପ୍ରକଳ୍ପର ସମସ୍ତ ଟଙ୍କା ବ୍ଲକରେ ଚୋରୀ ହୋଇଛି ବୋଲି କହିଥିବା ବେଳେ ପ୍ରକଳ୍ପ କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତିଙ୍କୁ ପ୍ରକଳ୍ପର ଟଙ୍କା ଏଯାଏଁ ମିଳିପାରିନାହିଁ | ସେହିପରି ପଞ୍ଚାୟତ ପକ୍ଷରୁ ନିର୍ଦେଶ ପାଇ ଠାକୁରବାଡି ପ୍ରାଥମିକ ବିଦ୍ୟାଳୟର ମରାମତି ନିମନ୍ତେ ଏକ ଲକ୍ଷ ତେରହଜାର ଟଙ୍କା ବ୍ୟୟ ବରାଦରେ ବିଦ୍ୟାଳୟର ମରାମତି ହୋଇ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଠିକାଦାରକୁ ବିଲ ରାଶି ମିଳି ନଥିବା ବେଳେ ବ୍ଲକ କାର୍ଯ୍ୟାଳୟରୁ ଫାଇଲ ମଧ୍ୟ ହଜି ଯାଇଥିବା ଅଭିଯୋଗ ହୋଇଛି | ଏନେଇ ଶ୍ରୀଯୁକ୍ତ ମହାନ୍ତି ବାରମ୍ବାର (୬ ଥର) ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କେବଳ ତଦନ୍ତରେ ସୀମିତ ରହି ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ବାଧ୍ୟ ହୋଇ ଆଜି ପଞ୍ଚାୟତ କାର୍ଯାଳୟରେ ତାଲା ପକାଇଛନ୍ତି ଠିକାଦାର ମହୋଦୟ | ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିବା ଫଳରେ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ସାଧାରଣ ଲୋକେ ହୋଇରଣ ହେଉଥିବା ଦେଖିବାକୁ ମିଳିଛି। ତେବେ ପଞ୍ଚାୟତ କାର୍ଯ୍ୟାଳୟ ର ତାଲା ଖୋଲିବା ନେଇ ପ୍ରଶାସନ କୋଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।
Article Image
ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image