Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବି ଇ ଓ ଙ୍କୁ ସମ୍ବର୍ଦ୍ଦନା ଜଣାଇଲା ପ୍ରାଥମିକ ଶିକ୍ଷକ ସଂଘ l 21

ସୁବର୍ଣ୍ଣପୁର, 01/06/2026, ବିକ୍ରମ ଓଡ଼ିଶା ନିୟୁଜ: ବି ଇ ଓ ଙ୍କୁ ସମ୍ବର୍ଦ୍ଦନା ଜଣାଇଲା ପ୍ରାଥମିକ ଶିକ୍ଷକ ସଂଘ lସୁବର୍ଣ୍ଣପୁର -ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ବଦଳି ହୋଇଥିବାରୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ଭୁକ୍ତ )ର ସଭାପତି ରାଜକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଆଜି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଂଚି ଉତ୍ତରୀୟ ପୁଷ୍ପଗୁଛ ପ୍ରଦାନ ପୂର୍ବକ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି l ସଭାପତି ଶ୍ରୀ ପ୍ରଧାନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ଥିବା ସହଯୋଗକୁ ପ୍ରଶଂସା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଶିକ୍ଷକ ସଂଘର ସହଯୋଗରେ ସଫଳତା ପ୍ରାପ୍ତି ହୋଇଛି ବୋଲି ବକ୍ତବ୍ୟ ରଖିବା ସହିତ ଆଗାମୀ ଦିନରେ ବିଭାଗୀୟ କାର୍ଯ୍ୟକ୍ରମରେ ପୂର୍ବ ପରି ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ କାର୍ଯ୍ୟାଳୟର କିରାଣୀ ସୁଧୀର କୁମାର ବେହେରାଙ୍କ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି ଏବଂ ପ୍ରବୀଣ ରଞ୍ଜନ ସେଠୀଙ୍କ ସରସରା ହାଇସ୍କୁଲରୁ ବୌଦ୍ଧ ବି ଇ ଓ ଅଫିସକୁ ବଦଳି ହୋଇ ଯୋଗଦାନ କରିଥିବାରୁ ସଂଘ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶମ୍ଭୁ ଗିରି, ବ୍ଲକ ଉପସଭାପତି ଅଶୋକ ଘିବେଲା, ସମ୍ପାଦକ ଉତ୍ତମ ନାଏକ, ସଦସ୍ୟ ସୁଶାନ୍ତ କୁମାର ସାହୁ, ମୋହନ କରଡ଼ିଆ, ରଂଜିତା ମିଶ୍ର, କାତ୍ୟାୟିନୀ ପାଢ଼ୀ, ସୁଧା ହୋତା,ସୁଶୀଲ କୁମାର ବାରିକ, ସନତ କୁମାର ବାରିକ, ରମାକାନ୍ତ ବେହେରା, ସ୍ୱାଧୀନ ପ୍ରଧାନ, ଦେବେନ୍ଦ୍ର ହାତୀ, ଗଜେନ୍ଦ୍ର ମହାଳିକ, ସୁରେନ୍ଦ୍ର ମାଝୀ, ସନ୍ତୋଷ ମଲ୍ଲିକ, ଚିତ୍ତରଞ୍ଜନ ସାହୁ,ଉମେଶ ମେହେର, ଜୟରାମ ମେହେର,କେଶବ ମେହେର, ବାସୁଦେବ ଗହୀର ପ୍ରମୁଖ ଉପସ୍ଥିତ ଥିଲେ ଳ ରିପୋର୍ଟ - ଉଗ୍ରସେନ କର୍ମୀ
Article Image
Article Image