Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଖୋର୍ଦ୍ଧା , 01/06/2026, ବିକ୍ରମ ଓଡ଼ିଶା ନିୟୁଜ: ଖୋର୍ଦ୍ଧା ରୁ ବିଜୟ ବାହୁବଳେନ୍ଦ୍ର ଙ୍କ ରିପୋର୍ଟ ବିକ୍ରମ ଓଡ଼ିଶା ନୀୟୁଜ୍ ଅଗ୍ନିକାଣ୍ଡ ରେ ଜଳିଗଲା ବିଦ୍ୟୁତ୍ କେବଲ। ଅଳ୍ପକେ ବର୍ତିଲା ଟ୍ରାନସଫର୍ମର।ଭୁଲ୍ କାହାର, ମ୍ୟୁନିସିପାଲିଟୀ ର ନା ଲୋକଙ୍କ ର, ଦୋଷୀ ହେଲା ବିଦ୍ୟୁତ୍ ବିଭାଗ।

ଖୋର୍ଦ୍ଧା: ଖୋର୍ଦ୍ଧା ସହର ର ଟିଏଲ୍ସି ରୋଡ ବିଡ଼ିଏ କଲୋନୀ କଲ୍ୟାଣ ମଣ୍ଡପ ରୋଡ ରେ ଥିବା ଏକ ଖୋଲା ଟ୍ରାନସଫର୍ମର ରେ ଅଗ୍ନିକାଣ୍ଡ ଘଟି କେବଲ ହୁତୁହୁତୁ ହୋଇ ଜଳିଗଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉଭୟ ଦମକଳ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ଅଗ୍ନିକାଣ୍ଡ ଙ୍କୁ ଆୟତ କରି ଏକ ବଡ଼ ଧରଣ ର ଅଘଟଣ କୁ ଏଡ଼ାଇ ଦେଇଛନ୍ତି। ବର୍ତ୍ତମାନ ତାପମାତ୍ରା ୩୭ଡିଗ୍ରୀ ରୁ ଉର୍ଦ୍ଧ। ପ୍ରାୟ ୪୫ଡିଗ୍ରୀ ତାପମାତ୍ରା ଅନୁଭୂତ ହେଉଛି। ପ୍ରାୟତଃ ଅପରାହ୍ନ ରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଅସ୍ତବ୍ୟସ୍ତ ହେଉଛି ଜନ ଜୀବନ। ବିଦ୍ୟୁତ୍ ବିଭାଗ ର ଟ୍ରାନସଫର୍ମର ଉପରେ ଅଧିକ ଲୋଡ୍ ରହୁଛି। ବିଡ଼ିଏ କଲୋନୀ କଲ୍ୟାଣ ମଣ୍ଡପ ରାସ୍ତାରେ ଥିବା ଏକ ଖୋଲା ଟ୍ରାନସଫର୍ମର ରେ ସଂଯୋଗ ହୋଇଥିବା କେବଲ ଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଲା। ଅଗ୍ନିକାଣ୍ଡ ର କାରଣ କୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି। ଏହି ଖୋଲା ଟ୍ରାନସଫର୍ମର ତଳେ କୁଢ଼ କୁଢ଼ ଅଳିଆ ଗଦା ହୋଇ ରହିଛି। ପୌର ପରିଷଦ ଏହି ଅଳିଆ ଆବର୍ଜନା ପରିଚାଳନା କରିବାରେ ଅବହେଳା ପ୍ରଦର୍ଶନ କରୁଛି। କେହି ଅଳିଆ ଗଦା କରେ ନିଆଁ ଲଗାଇ ଦେବାରୁ ତଳୁ ଉପରକୁ ଜଳି ଯାଇଛି ବୋଲି ବିଦ୍ୟୁତ୍ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ସମୟ ରେ ଜାଣିବାକୁ ପାଇଥିଲେ। କିନ୍ତୁ ସ୍ଥାନୀୟ ଲୋକ ଙ୍କ ମତ ରେ ଓଭର ଲୋଡ୍ ଯୋଗୁ କେବଲ ଜଳିଗଲା। ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ମିଟର୍ ଦୂରରେ ଥିବା ଏହି ଟ୍ରାନସଫର୍ମର କୁ ଏ ପର୍ଯ୍ୟନ୍ତ ଆବଦ୍ଧ କରାଯାଇ ନାହିଁ। ଏହି ଟ୍ରାନସଫର୍ମର ଚାରିପଟେ ଜନ ବସତି, ବ୍ୟାଙ୍କ୍ ସହ ଅନ୍ୟ ପ୍ରତିଷ୍ଠାନ ରହିଛି। ଲୋକମାନେ ଘର ର ଅଳିଆ ଆବର୍ଜନା, ଭାଙ୍ଗିଥିବା ଗଛ, ଅନ୍ୟ ଘର ଭଙ୍ଗା ସାମଗ୍ରୀ ସବୁ ଜମା କରି ଅଳିଆ ଆବର୍ଜନା ପାହାଡ ସୃଷ୍ଟି କରିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହର କୁ ଆବର୍ଜନା ମୁକ୍ତ କରିବା ପାଇଁ ପୌର ପରିଷଦ ସ୍ଲୋଗାନ ଦେଉଥିବା ବେଳେ ମୁଖ୍ୟ ରାସ୍ତା ଉପରେ ଜମା ହୋଇଥିବା ଏହି ଆବର୍ଜନା ପାହାଡ ପ୍ରତି ପୌର କତୃପକ୍ଷ ଙ୍କ ଦୃଷ୍ଟି ପଡୁନାହିଁ। ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚି ଟ୍ରାନସଫର୍ମର କେବଲ ଅଗ୍ନିକାଣ୍ଡ ଆୟତ କରି ବଡ ଧରଣ ର ଅଘଟଣ କୁ ଏଡ଼ାଇ ଦେଇଥିଲେ। ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ପ୍ରାୟ ତିନି ଘଣ୍ଟା ପରେ ବିଦ୍ୟୁତ୍ ସଂଯୋଗ କରିଥିବା ଜଣାପଡ଼ିଛି। ପୂର୍ବରୁ ଏଭଳି ଏକ ଅଭାବନୀୟ ଘଟଣା ନବିନାବାଗ ଅଞ୍ଚଳ ରେ ଘଟି ଅଗ୍ନିକାଣ୍ଡ ରେ ଏହିପରି ଟ୍ରାନସଫର୍ମର କ୍ଷତିଗ୍ରସ୍ତ ହୋଇଥିଲା। ବର୍ତ୍ତମାନ ପରିସ୍ଥିତି ରେ ବିଦ୍ୟୁତ୍ ବିଭାଗ, ପୌର ପରିଷଦ ସହ ପରଷ୍ପର ସମନ୍ୱୟ ରଖିବା ସହ ଲୋକମାନଙ୍କୁ ସଚେତନ କଲେ ଏହିଭଳି ଦୁର୍ଘଟଣା ରୋକାଯାଇପାରିବ।

ତା୧/୬/୨୦୨୬